ଜଙ୍ଗଲରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ପରେ ଫୋପାଡ଼ି ଦିଆଯାଇଥିବା ସନ୍ଦେହ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ଟିକାୟତପାଲି ଥାନାର ଦେବଗଡ଼ ଏବଂ ବଣାଇ ସୀମା ନିକଟ ଜଙ୍ଗଲରୁ ଜଣେ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ ହୋଇଛି। କେହି ଦୁର୍ବୃତ୍ତ ମହିଳାଙ୍କୁ ମାରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। କେଉଁ କାରଣରୁ ଏହି ହତ୍ୟାକାଣ୍ଡ ହୋଇଛି ତାହା ଜଣା ପଡ଼ିନି।

helpmecovid.com

ଟିକାୟତପାଲି ଥାନାର ତିଳେଇବନି ନିକଟ କାଟେଇ ଗ୍ରାମର ପଠାଣି ଭୁଇଁଆ ସ୍ୱାମୀଙ୍କ ମୃତ୍ୟୁ ପରେ ନିଜର ଏକ ମାତ୍ର ଶିଶୁପୁତ୍ରକୁ ଧରି ରହୁଥିଲେ। ଏଠି ସେଠି ମୁଲ ଲାଗି ପେଟ ପୋଷୁଥିଲେ। ଆଜି ଏହି ମହିଳାଙ୍କ ମୃତଦେହ ମିଳିବା ଏବଂ ଶରୀରରେ କ୍ଷତ ଥିବାର ଦେଖିବାକୁ ମିଳିଛି। ହତ୍ୟା ପରେ ମହିଳାଙ୍କୁ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଘୋଷାରି ଘୋଷାରି ନେଇ ଫୋପାଡ଼ି ଦେଇଥିବାର ନେଇ ବୋଲି ଅନୁମାନ କରାଯାଉଛି। ବଣାଇ ଏସଡିପିଓ ଓ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର