ରାଉରକେଲା: ରାଉରକେଲା ସହରର ବ୍ରାହ୍ମଣୀ ଥାନା ଅନ୍ତର୍ଗତ କୁଳୁଙ୍ଗା ଅଞ୍ଚଳର ଡଲାକୁଦର ଗାଁ ନିକଟରେ ଥିବା ଜଙ୍ଗଲରୁ ମହିଳାଙ୍କ ମୃତଦେହ ପୁଲିସକୁ ମିଳିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସେପଟେ ମହିଳାଙ୍କର ପରିଚୟ ଖୋଜିବା ଲାଗି ପୁଲିସ ପ୍ରୟାସ ଜାରି ରହିଛି। ଏଥିସହ ମହିଳାଙ୍କ ଶରୀରରେ ଅନେକ କଟାଦାଗ ରହିଥିବାରୁ ପୁଲିସ ହତ୍ୟା ସନ୍ଦେହ କରି ତଦନ୍ତ ଚଳାଇଛି।