ରାଉରକେଲା: ଫର୍ଟିଲାଇଜର ସାଇ କଲୋନି ନିକଟରେ ସନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ହେଲେ ବ୍ରିଟାନିୟା କଲୋନିର ବବି ମଲ (୨୫)। ଟାଙ୍ଗରପାଲି ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାକୁ ପଠାଇଛି।

Advertisment

publive-image

ଏଣେ ପରିବାର ଲୋକ ବବିକୁ ହତ୍ୟା କରଯାଇ ଗଛରେ ଟାଙ୍ଗି ଦିଆଯାଇଛି ଅଭିଯୋଗ କରିଛନ୍ତି। ଲିଖିତ ଅଭିଯୋଗ ଆଧାରରେ ପୁଲିସ ଘଟଣାର ତଦନ୍ତ ଚଳାଇଛି। ମିଳିଥିବା ସୂଚନା ମୁତାବକ ଗତକାଲି ବବିଙ୍କ ବଡ଼ ଭାଇର ବାହାଘର ଥିଲା। ସେ ଓ ପରିବାର ସମସ୍ତ ସଦସ୍ୟ ଭାଇଙ୍କ ସହ ବାସନ୍ତୀ କଲୋନି ବିରଜାପାଲି କନ୍ୟା ଘରକୁ ଆସିଥିଲେ। ବିବାହ ସରିବା ପରେ ବବି ବରଯାତ୍ରୀଙ୍କ ସହ ଘରକୁ ଫେରିଥିଲେ। କିନ୍ତୁ ସେ ଘରକୁ ଆସି ନ ଥିଲେl ଆଜି ସଜାଳୁ ତାଙ୍କ ଝୁଲନ୍ତା ଶବ ଦେଖି ସ୍ଥାନୀୟ ଲୋକ ପରିବାର ଓ ପୁଲିସକୁ ସୂଚନା ଦେଇଥିଲେ।