ସୁନ୍ଦରଗଡ଼ରେ ଚାଞ୍ଚଲ୍ୟ: ବସ୍ତା ଭିତରୁ ଗଳିତ ଶବ ଉଦ୍ଧାର

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ। ବଡ଼ଗାଁ ଥାନା ମରଚିମୁଣ୍ଡା ପୋଖରୀ କୂଳରୁ ବସ୍ତା ଭିତରୁ ଗଳିତ ଶବ ଉଦ୍ଧାର ହୋଇଛି। ସକାଳେ ରାସ୍ତା କଡ଼ରେ ଏହି ବସ୍ତା ପଡ଼ିଥିବା ଦେଖି ଲୋକେ ପୁଲିସକୁ ଖବର ଦେଇଥିଲେ। ମୃତକଙ୍କ ବୟସ ୩୫ ପାଖାପାଖି ହେବ ବୋଲି ଅନୁମାନ କରାଯାଉଛି। ତେବେ ଏଯାଏଁ ମୃତକଙ୍କ ପରିଚୟ ମିଳିପାରିନାହିଁ।

ଘଟଣାସ୍ଥଳରେ ବଡ଼ଗାଁ ଥାନା ପୁଲିସ ଓ ସାଇଣ୍ଟିଫିକ ଟିମର ତଦନ୍ତ ଜାରି ରହିଛି। ହତ୍ୟା ପରେ ବସ୍ତାରେ ଶବକୁ ଫିଙ୍ଗାଯାଇଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର