ଆରଏସପି ନାଳାରୁ ଶବ ଉଦ୍ଧାର

ରାଉରକେଲା: ସେକ୍ଟର -୩ ଥାନା ଅନ୍ତର୍ଗତ ସହର ପ୍ରଶାସନ ଛକ ନିକଟସ୍ଥ ନାଳାରୁ ଏକ ଅଜଣା ଶବ ଉଦ୍ଧାର ଉଦ୍ଧାର ହୋଇଛି। ମୃତକଙ୍କ ପରିଚୟ ମିଳିନି । ପ୍ରାଥମିକ ତଦନ୍ତରୁ ମୃତକ ଜଣକ ଆରଏସପି କର୍ମଚାରୀ ବୋଲି ଜଣାପଡିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ସେକ୍ଟର ୩ ପୁଲିସ ଶବ ଜବତ କରି ଘଟଣାର ତଦନ୍ତ ଚଳାଇଛି।

ପୂର୍ବରୁ ଏହି ସ୍ଥାନରେ ପରକ୍ରିୟା ପ୍ରୀତିରୁ ଜଣେ ଆରଏସପି ଇଞ୍ଜିନିୟରଙ୍କୁ ଗଳାକାଟି ନିର୍ମମ ଭାବେ ହତ୍ୟା କରି ଫିଙ୍ଗି ଦିଆଯାଇଥିଲା। ବାରମ୍ବାର ଏଭଳି ଅଭାବନୀୟ ଘଟଣା ଘଟୁଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି ହୋଇଛି। ସ୍ଥାନୀୟ ଅଞ୍ଚଳରେ ପୁଲିସ ପ୍ୟାଟ୍ରୋଲିଙ୍ଗ ବ୍ୟବସ୍ଥାକୁ କଡାକଡି କରିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର