ଯୁବକଙ୍କ କ୍ଷତାକ୍ତ ଶବ ଉଦ୍ଧାର: ହତ୍ୟା ସନ୍ଦେହ

ରାଉରକେଲା: ଲୋକବରକାନୀ -ଜଗଦା ରାସ୍ତା ନିକଟ ପାହାଡ଼ ପାର୍ଶ୍ଵରୁ ଜଣେ ଯୁବକଙ୍କ କ୍ଷତାକ୍ତ ଶବ ଉଦ୍ଧାର ହୋଇଛି। ଯୁବକଙ୍କ ବେକ ଓ ହାତକୁ ଧାରୁଆ ଅସ୍ତ୍ରରେ କଟା ଯାଇଥିବା ଚି଼ହ୍ନ ରହିଛି। ହତ୍ୟାର କାରଣ ଅସ୍ପଷ୍ଟ ରହିଛି। ଉକ୍ତ ଯୁବକଙ୍କ ପରିଚୟ ମିଳିପାରିନି।

ଶୌଚ ଯାଇଥିବା ସ୍ଥାନୀୟ ଲୋକ ଶବ ପଡ଼ିଥିବା ଦେଖି ବନ୍ଧମୁଣ୍ଡା ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ପହଞ୍ଚି ସନ୍ଧନୀ କୁକୁର, ସାଇଣ୍ଟିଫିକ ସହାୟତାରେ ଘଟଣାର ତଦନ୍ତ ଚଳାଇଛି। ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଆରଜିଏଚ ପଠାଇଛି।

ସମ୍ବନ୍ଧିତ ଖବର