ଇବ୍ ନଦୀରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

ସୁନ୍ଦରଗଡ଼: ସୁନ୍ଦରଗଡ଼ ଟାଉନ ଥାନା ମହାନ୍ତିପଡ଼ା ଇବନଦୀ ଡଙ୍ଗାଘାଟରୁ ଏକ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ସକାଳୁ ନଦୀରେ ଏକ ଶବ ଭାସି ଆସି ଡଙ୍ଗାଘାଟରେ ଲାଗିଥିବା ସୂଚନା ମିଳିବା ପରେ ସୁନ୍ଦରଗଡ଼ ଅଗ୍ମିଶମ ବାହିନୀ ପହଞ୍ଚି ଉଦ୍ଧାର କରିଥିଲେ। ମୃତକଙ୍କ ପରିଚୟ ମିଳି ନାହିଁ।

ମୃତଦେହଟି ଇବ୍ ନଦୀ ପାଣିରେ ଭାସି ଆସିଥିବାରୁ କେହି ତାଙ୍କୁ ମାରି ଫିଙ୍ଗି ଦେଇଛି ନା ସେ ନଦୀପାଣିକୁ ଖସି ପ୍ରାଣ ହରାଇଛନ୍ତି ସ୍ପଷ୍ଟ ହୋଇନାହିଁ। ଟାଉନ୍ ଥାନା ପୁଲିସ ମୃତଦେହକୁ ଶବଗୃହରେ ରଖି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର