ବଣାଇଁଗଡ଼: ବଣାଇଁ ଥାନା ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତର ପତ୍ରାପାଲି ଜଙ୍ଗଲରୁ ଆଜି ପୁଲିସ ଜଣେ ଯୁବକଙ୍କ ଝୁଲନ୍ତା ଗଳିତ ଶବକୁ ଉଦ୍ଧାର କରିଛି। ମୃତ ଯୁବକ ଜଣଙ୍କ ବଣାଇଁ ଗୁଠାଣିଯୋର ଗ୍ରାମର ଚିନ୍ତା ନାଏକ(୨୨)। ପାରିପାର୍ଶ୍ୱିକ ଅବସ୍ଥାରୁ କୌଣସି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରି ଗଛରେ ଟାଙ୍ଗି ଦେଇଥିବା ଅନୁମାନ କରାଯାଉଛି। ପୁଲିସ ଘଟଣାର ତଦନ୍ତ ଚଳାଇଛି। ଘଟଣାରୁ ପ୍ରକାଶ ଯେ ଆଜି ସକାଳେ ପତ୍ରାପାଲି ଗ୍ରାମର କିଛି ଲୋକ ନିକଟସ୍ଥ ଜଙ୍ଗଲକୁ ବଳଦ ଚରାଇବା ପାଇଁ ଯାଇଥିବା ସମୟରେ ଏକ ଶାଳ ଗଛରେ ଜଣେ ଅଜଣା ଯୁବକଙ୍କ ଶବ ଝୁଲୁଥିବା ଦେଖି ଗାଁ ଲୋକଙ୍କୁ ଖବର ଦେଇଥିଲେ। ଏ ସଂପର୍କରେ ଗାଁ ଲୋକେ ପୁଲିସକୁ ଜଣାଇବା ପରେ ପୁଲିସ ଘଟଣାସ୍ଥଳରେ ମାଜିଷ୍ଟ୍ରେଟ୍ ଏବଂ ଡାକ୍ତରଙ୍କ ସହ ପହଞ୍ଚି ଗଳିତ ଶବର ବ୍ୟବଚ୍ଛେଦ କରିଥିଲେ। ପ୍ରାୟ ୨୮ ଦିନ ପୂର୍ବେ କାମ କରିବାକୁ ଜନୈକ ଯୁବକ ଚିନ୍ତା ନାଏକଙ୍କୁ ଘରୁ ଡାକି ନେଇଥିଲା। ସେବେ ଠାରୁ ଚିନ୍ତା ଆଉ ଘରକୁ ଫେରି ନଥିଲେ। ଏ ସଂପର୍କରେ ଚିନ୍ତାଙ୍କ ମା ବଣାଇଁ ଥାନାରେ ଜଣାଇବା ପରେ ପୁଲିସ ଏକ ନିଖୋଜ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା।
ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଉଦ୍ଧାର, ହତ୍ୟା ସନ୍ଦେହ
/sambad/media/post_attachments/wp-content/uploads/2018/02/rkl9.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)