ଟାଙ୍କିରୁ ଡିଜେଲ୍‌ ନେଇ ଚମ୍ପଟ : ୫ ଯୁବକ ଅଟକ

ବୀରମିତ୍ରପୁର: ରାଏବଗା ନିକଟସ୍ଥ ଏକ ପେଟ୍ରୋଲ୍‌ ଟାଙ୍କିରୁ ଡିଜେଲ୍‌ ନେଇ ଧମକଚମକ ଦେଇ ଚାଲି ଯାଇଥିବା ରାଜଗାଙ୍ଗପୁର ଅଞ୍ଚଳର ୫ ଯୁବକଙ୍କୁ ରାଏବଗା ପୁଲିସ ଅଟକ ରିଖିଛି । ଓଡ଼ି ୧୪ଜି ୩୦୧୦ ଓମିନି ଗାଡ଼ିରେ ରାଜଗାଙ୍ଗପୁର ଅଞ୍ଚଳର ମହମ୍ମଦ ବବୁଲ୍‌, ମହମ୍ମଦ ଜଏରୁଲ୍‌ ରହମନ, ମହମ୍ମଦ ବବୁଲ୍‌ ଇଜାଜ, ମହମ୍ମଦ ଅର୍ସାଦ ଓ ମହମ୍ମଦ ଅରିଫ ହାତୀବାରି ଆସିଥିଲେ । ଅପରାହ୍‌ଣରେ ସେମାନେ ରାଏବଗା ହୋଇ ଘରକୁ ଫେରୁଥିଲେ। ରାଏବଗା ଚୌଧୁରୀ ପେଟ୍ରୋଲ ପମ୍ପରେ ସେମାନେ ୫୧୦ ଟଙ୍କାର ଡିଜେଲ୍‌ ପକାଇଥିଲେ । କିନ୍ତୁ ଟଙ୍କା ନ ଦେଇ ଗାଡ଼ି ଧରି ପଳାଇ ଯାଇଥିଲେ । ପେଟ୍ରୋଲ ପମ୍ପ କର୍ମଚାରୀ ମାଲିକ ଦୀପକ ଚୌଧୁରୀଙ୍କୁ ଜଣାଇବା ପରେ ସେ ପୁଲିସକୁ ସୂଚନା ଦେଇଥିଲେ। ଏସ୍‌ଡିପିଓ ପ୍ରକାଶ ପାତ୍ରଙ୍କ ନିର୍ଦେଶକ୍ରମେ ପୁଲିସ ଦଳ ଗାଡ଼ିର ପିଛା କରି ଦଲକି ଭେଲୁଆଡିହି ନିକଟରେ ସମସ୍ତଙ୍କୁ ଧରିଥିଲେ। ସମ୍ପୃକ୍ତ ଯୁବକମାନଙ୍କୁ ଅଟକ ରଖି ପୁଲିସ ତଦନ୍ତ କରୁଛି ।

ସମ୍ବନ୍ଧିତ ଖବର