ଖୋର୍ଦ୍ଧାରୁ ସମୁଦାୟ ୫୦,୭୯୯ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ ଏଯାବତ୍‌ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୮୬୮ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୦୨ ଜଣ ସଂଗରୋଧ କେନ୍ଦ୍ରରୁ ଥିବା ବେଳେ ୩୬୬ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜାଣିବାକୁ ମିଳିଛି। ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ୩ ଲକ୍ଷ ୧୦ ହଜାର ୯୨୦ ଜଣ ସଂକ୍ରମିତ ଚିହ୍ନଟ ହୋଇ ସାରିଲେଣି। ଏବେ ସୁଦ୍ଧା ସୁସ୍ଥ ହୋଇ ସାରିଲେଣି ୩ ଲକ୍ଷ ୪୭୪ ଜଣ ଓ ସକ୍ରିୟ ଅଛନ୍ତି ୮୮୧୮ ଆକ୍ରାନ୍ତ।

ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଜାରି ତଥ୍ୟ ଅନୁସାରେ ଅନୁଗୁଳ ଜିଲ୍ଲାରୁ ଏଯାବତ୍‌ ୯,୨୬୫,ସଂକ୍ରମିତ ହୋଇଥିବା ବେଳେ ବାଲେଶ୍ବରରୁ ୧୧,୧୭୧, ବରଗଡ଼ରୁ ୯,୪୪୨, ଭଦ୍ରକରୁ ୭,୦୭୬, ବଲାଙ୍ଗୀରରୁ ୭,୬୬୦, ବୌଦ୍ଧରୁ ୨,୭୧୦, କଟକରୁ ୨୭,୪୭୮, ଦେବଗଡ଼ରୁ ୧,୧୫୧, ଢେଙ୍କାନାଳରୁ ୫,୫୧୮, ଗଜପତିରୁ ୩,୯୩୦, ଗଞ୍ଜ‌ାମରୁ ୨୧,୫୧୭, ଜଗତ୍‌ସିଂହପୁରରୁ ୮,୫୦୩, ଯାଜପୁରରୁ ୧୧,୩୮୪, ଝାରସୁଗୁଡ଼ାରୁ ୬,୯୦୯, କଳାହାଣ୍ଡିରୁ ୫,୮୧୦, କନ୍ଧମାଳରୁ ୫,୮୫୬, କେନ୍ଦ୍ରାପଡ଼ାରୁ ୮,୪୩୭, କେନ୍ଦୁଝରରୁ ୭,୧୩୫, ଖୋର୍ଦ୍ଧାରୁ ୫୦,୭୯୯, କୋରାପୁଟରୁ ୭,୬୮୮, ମାଲକାନଗିରିରୁ ୫,୧୦୮, ମୟୂରଭଞ୍ଜରୁ ୧୨,୬୩୯ ନବରଙ୍ଗପୁରରୁ ୫,୬୨୯, ନୟାଗଡ଼ରୁ ୬,୩୧୩, ନୂଆପଡ଼ାରୁ ୬,୫୧୧, ପୁରୀରୁ ୧୩,୩୧୩, ରାୟଗଡ଼ରୁ ୮,୨୪୫, ସମ୍ବଲପୁରରୁ ୮,୫୩୬, ସୁବର୍ଣ୍ଣପୁରରୁ ୪,୬୩୦, ସୁନ୍ଦରଗଡ଼ରୁ ୧୨,୬୪୬, ଷ୍ଟେଟ୍‌ପୁଲ୍‌ରୁ ୭, ୮୯୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର