‌ଖୋର୍ଦ୍ଧାରେ ୩୮ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

ଭୁବନେଶ୍ବର:  ଆଜି ରାଜ୍ୟରେ ୩୬୧୫ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୧୧୮ ଓ ସ୍ଥାନୀୟ ଅଞ୍ଚଳରୁ ୧୪୯୭ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୨୨ ହଜାର ୭୩୪କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରଦତ୍ତ ସୂଚନା ଅନୁଯାୟୀ ଏଯାବତ୍ ଅନୁଗୁଳ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୪,୪୦୯ ଥିବା ବେଳେ ବାଲେଶ୍ବରରେ ୭,୬୯୪, ବରଗଡ଼ରେ ୬,୪୭୦, ଭଦ୍ରକରେ ୫,୩୦୨, ବଲାଙ୍ଗିରରେ ୪,୩୮୯, ବୌଦ୍ଧରେ ୧,୮୯୧, କଟକରେ ୨୦,୮୯୧, ଦେବଗଡ଼ରେ ୬୫୧, ଢେଙ୍କାନାଳରେ ୩,୭୯୬, ଗଜପତିରେ ୩,୫୮୪, ଗଞ୍ଜାମରେ ୨୦,୧୯୩, ଜଗତ୍‌ସିଂହପୁରରେ ୫,୩୯୦, ଯାଜପୁର‌େ ୮,୪୨୬, ଝାରସୁଗୁଡ଼ାରେ ୪,୫୭୦, କଳାହାଣ୍ଡିରେ ୩,୩୬୨, କନ୍ଧମାଳରେ ୪,୫୪୮, କେନ୍ଦ୍ରାପଡ଼ାରେ, ୫,୧୫୩, କେନ୍ଦୁଝରରେ ୪,୩୬୦, ଖୋର୍ଦ୍ଧାରେ ୩୮,୨୩୧, କୋରାପୁଟରେ ୬, ୧୯୬, ମାଲକାନଗିରିରେ ୩,୬୮୮, ମୟୂରଭଞ୍ଜରେ ୮,୧୮୦, ନବବରଙ୍ଗପୁରରେ ୩,୭୧୬, ନୟାଗଡ଼ରେ ୪,୮୫୬, ନୂଆପଡ଼ାରେ ୩,୧୯୮, ପୁରୀରେ ୧୦,୨୧୧, ରାୟଗଡ଼ାରେ ୭,୫୦୦, ସମ୍ବଲପୁରରେ ୬,୦୫୫, ସୁବର୍ଣ୍ଣପୁରରେ ୨,୯୭୪, ସୁନ୍ଦରଗଡ଼ରେ ୭,୫୮୮ ଏବଂ ଷ୍ଟେଟ୍‌ ପୁଲ୍‌ରେ ୫,୨୬୨ରେ ପହଞ୍ଚିଛି।

ଏଣେ କରୋନାରେ ପୁଣି ୧୭ ଜଣଙ୍କ ମୃତ୍ୟୁ ଘଟିଛି।  ଏହାଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୫୯କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର