ବାଲିଶଙ୍କରା: ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକ ଅଂଚଳରେ ଚକଡା ରୋଗ ହୋଇଥିବାରୁ ଅନେକ ଚାଷୀଙ୍କ କ୍ଷୟକ୍ଷତି ହେଉଥିବାରୁ ସମ୍ବାଦ ଖବରକାଗଜରେ ଖବର ପ୍ରକାଶ ପାଇଥିଲା। ଖବର ପ୍ରସାରିତ ହେବା କ୍ଷଣି ଆଜି ସକାଳ ୯ଟାରେ ସୁନ୍ଦରଗଡ଼ ଜିଲ୍ଲାର ମୁଖ୍ୟ କୃଷି ଅଧିକାରୀ ଲାଲ ବିହାରୀ ମଲ୍ଲିକ ହଠାତ ବାଲିଶଙ୍କରା ବ୍ଲକ କୃଷି ପରାମର୍ଶ ଅଫିସକୁ ପହଞ୍ଚି ଅଂଚଳର ବିଭିନ୍ନ ଗ୍ରାମକୁ ଯାଇ ବିଲଗୁଡିକ ପରିଦର୍ଶନ କରିଥିଲେ। ତାଙ୍କ ସାଙ୍ଗରେ ୩ ଜଣ କୃଷି ବିଜ୍ଞାନର ଛାତ୍ରମାନେ ଉପସ୍ଥିତ ଥିଲେ।
ଆହୁରି ପଢ଼ନ୍ତୁ: Garbhana Sankranti: ଗର୍ଭଣା ସଂକ୍ରାନ୍ତିରେ ମା' ଲକ୍ଷ୍ମୀଙ୍କ ଉଦେଶ୍ୟରେ ବିଲହୁଡାରେ ଯାଉ ପ୍ରସ୍ତୁତି କଲେ ଚାଷୀ
କୃଷି ପରାମର୍ଶ ଅଫିସକୁ ଆସି କୃଷି ଅଧିଦର୍ଶକଙ୍କୁ ଗାଁ ଗାଁ ବୁଲି ଚାଷୀଙ୍କ କ୍ଷୟକ୍ଷତି ଆକଳନ କରି ରିପୋର୍ଟ ଦେବା ସହ ଚାଷୀମାନଙ୍କୁ ଲିପଲେଟ ବଣ୍ଟନ କରି ରୋଗର ନିୟନ୍ତ୍ରଣ ପାଇଁ ସଚେତନ କରାଇବାକୁ ପରାମର୍ଶ ଦେଇଥିଲେ।
ଆହୁରି ପଢ଼ନ୍ତୁ: ମାଟିଆ ଗୁଣ୍ଡି ପୋକ ଲାଗି ଧାନ ଫସଲ ନଷ୍ଟ, ଚିନ୍ତାରେ ଚାଷୀ
ପ୍ରକାଶ ଥାଉକି ଅଞ୍ଚଳରେ ଚାଷୀମାନଙ୍କ ପାଖରେ ସଚେତନତା ବାର୍ତ୍ତା ଦେବାରେ ଅସୁବିଧା ହେଉଛି କି ଏହି ବ୍ଲକରେ ୧୯ଟି ପଂଚାୟତରେ ୧୧ ଜଣ କୃଷି ଅଧିଦର୍ଶକ ରହିବା ଜାଗାରେ ମାତ୍ର ମାତ୍ର ୬ ଜଣ ଅଛନ୍ତି। ଜଣେ ଅଧିଦର୍ଶକଙ୍କୁ ୩/୪ ଟି ପଂଚାୟତର ଦାୟିତ୍ୱ ଦିଆଯିବାରୁ ସମସ୍ତ କୃଷିଙ୍କ ପାଖରେ ପହଞ୍ଚି ହେଉନଥିବା କୃଷି ଅଧିଦର୍ଶକ ନାମ ଗୋପନ ରଖି ମତ ଦେଇଛନ୍ତି। ତୁରନ୍ତ ଏହି ସୀମାନ୍ତ ବ୍ଲକ ଅଂଚଳରେ ଆଉ ୫ ଜଣ କୃଷି ଅଧିଦର୍ଶକ ଯୋଗାଇଦେବା ପାଇଁ ମୁଖ୍ୟ କୃଷି ଅଧିକାରୀଙ୍କୁ ଚାଷୀମାନେ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/10/17/untitled-2025-10-17-20-29-49.jpg)