ପୁରୀ ଜିଲ୍ଲାରେ ୧୦ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୩୪୪୩ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୦୧୭ ଓ ସ୍ଥାନୀୟ ଅଞ୍ଚଳରୁ ୧୪୨୬ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୧୯ ହଜାର ୧୧୯କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରଦତ୍ତ ସୂଚନା ଅନୁଯାୟୀ ଏଯାବତ୍ ଅନୁଗୁଳ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୪,୨୨୧ ଥିବା ବେଳେ ବାଲେଶ୍ବରରେ ୭,୫୯୮, ବରଗଡ଼ରେ ୬,୩୮୪, ଭଦ୍ରକରେ ୫,୨୪୧, ବଲାଙ୍ଗିରରେ ୪,୩୦୮, ବୌଦ୍ଧରେ ୧,୮୭୧, କଟକରେ ୨୦,୫୨୦, ଦେବଗଡ଼ରେ ୬୩୯, ଢେଙ୍କାନାଳରେ ୩,୭୩୬, ଗଜପତିରେ ୩,୫୫୫, ଗଞ୍ଜାମରେ ୨୦,୧୫୧, ଜଗତ୍‌ସିଂହପୁରରେ ୫,୩୦୭, ଯାଜପୁର‌େ ୮,୨୮୨, ଝାରସୁଗୁଡ଼ାରେ ୪,୪୬୪, କଳାହାଣ୍ଡିରେ ୩,୨୫୬, କନ୍ଧମାଳରେ ୪,୪୮୯, କେନ୍ଦ୍ରାପଡ଼ାରେ, ୫୦,୩୪, କେନ୍ଦୁଝରରେ ୪,୨୫୧, ଖୋର୍ଦ୍ଧାରେ ୩୫,୫୬୦, କୋରାପୁଟରେ ୬, ୧୪୯, ମାଲକାନଗିରିରେ ୩,୫୬୫, ମୟୂରଭଞ୍ଜରେ ୮,୦୫୭, ନବବରଙ୍ଗପୁରରେ ୩,୬୫୯, ନୟାଗଡ଼ରେ ୪,୭୯୨, ନୂଆପଡ଼ାରେ ୩,୧୩୨, ପୁରୀରେ ୧୦,୦୧୪, ରାୟଗଡ଼ାରେ ୭,୪୬୧, ସମ୍ବଲପୁରରେ ୫,୯୮୨, ସୁବର୍ଣ୍ଣପୁରରେ ୨,୯୦୪, ସୁନ୍ଦରଗଡ଼ରେ ୭,୫୧୫ ଏବଂ ଷ୍ଟେଟ୍‌ ପୁଲ୍‌ରେ ୫,୦୨୨ରେ ପହଞ୍ଚିଛି।

ଏଣେ କରୋନାରେ ପୁଣି ୧୪ଜଣଙ୍କ ମୃତ୍ୟୁ ଘଟିଛି।  ଏହାଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୪୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର