ବାଲେଶ୍ବରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦,୫୦୯, ଜାଣନ୍ତୁ ଅନ୍ୟ ସବୁ ଜିଲ୍ଲାରେ କେତେ?

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୧୪୭୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮୫୫ ଜଣ ସଂଗରୋଧ କେନ୍ଦ୍ରରୁ ଥିବା ବେଳେ ୬୧୯ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡ଼ିଛି। ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୯୫ ହଜାର ୮୮୯ ଥିବା ବେଳେ ସୁସ୍ଥ ହୋଇ ସାରିଲେଣି ୨ ଲକ୍ଷ ୮୦ ହଜାର ୫୫୩ ଜଣ। ଏବେ ସକ୍ରିୟ ଅଛନ୍ତି ୧୩ ହଜାର୯୧୯ ଜଣ ଆକ୍ର‌ାନ୍ତ। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ତେବେ ଆସନ୍ତୁ ଏଯାବତ୍ କେଉଁ ଜିଲ୍ଲାରେ କେତେ ସଂକ୍ରମିତ ଜାଣିବା

ଅନୁଗୁଳ ଜିଲ୍ଲାରୁ ଏଯାବତ୍‌ ୮,୩୬୦, ସଂକ୍ରମିତ ହୋଇଥିବା ବେଳେ ବାଲେଶ୍ବରରୁ ୧୦,୫୦୯, ବରଗଡ଼ରୁ ୮,୯୨୫, ଭଦ୍ରକରୁ ୬,୮୨୬, ବଲାଙ୍ଗୀରରୁ ୬,୦୧୩, ବୌଦ୍ଧରୁ ୨,୬୧୦, କଟକରୁ ୨୬,୩୦୩, ଦେବଗଡ଼ରୁ ୧,୦୮୩, ଢେଙ୍କାନାଳରୁ ୫,୨୦୭, ଗଜପତିରୁ ୩,୮୭୧, ଗଞ୍ଜ‌ାମରୁ ୨୧,୨୯୩, ଜଗତ୍‌ସିଂହପୁରରୁ ୭,୮୧୨, ଯାଜପୁରରୁ ୧୧,୦୦୮, ଝାରସୁଗୁଡ଼ାରୁ ୬,୫୦୯, କଳାହାଣ୍ଡିରୁ ୫,୩୧୭, କନ୍ଧମାଳରୁ ୫,୭୧୪, କେନ୍ଦ୍ରାପଡ଼ାରୁ ୭,୮୨୦, କେନ୍ଦୁଝରରୁ ୬,୫୪୨, ଖୋର୍ଦ୍ଧାରୁ ୪୯,୨୮୬, କୋରାପୁଟରୁ ୭,୪୭୧, ମାଲକାନଗିରିରୁ ୪,୯୬୦, ମୟୂରଭଞ୍ଜରୁ ୧୧,୬୩୩, ନବରଙ୍ଗପୁରରୁ ୫,୩୫୨, ନୟାଗଡ଼ରୁ ୬,୦୭୯, ନୂଆପଡ଼ାରୁ ୫,୮୬୧, ପୁରୀରୁ ୧୨,୭୫୯, ରାୟଗଡ଼ରୁ ୮,୧୩୦, ସମ୍ବଲପୁରରୁ ୮,୧୧୩, ସୁବର୍ଣ୍ଣପୁରରୁ ୪,୫୦୧, ସୁନ୍ଦରଗଡ଼ରୁ ୧୧,୩୯୯, ଷ୍ଟେଟ୍‌ପୁଲ୍‌ରୁ ୭,୫୯୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର