ବାଲେଶ୍ବରରେ ୧୦ ହଜାର ଡେଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ସଂକ୍ରମିତ?

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟ‌ରେ ରାଜ୍ୟରେ ନୂଆ ୧୫୪୦  କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮୮୬ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୬୫୪ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜାଣିବାକୁ ମିଳିଛି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୮୫ ହଜାର ୪୮୨କୁ ବୃଦ୍ଧି ପାଇଛି।  ୩୦ଟି ଜିଲ୍ଲା ଓ ଷ୍ଟେଟ୍ ପୁଲରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ଆସନ୍ତୁ ଏଯାବତ୍ କେଉଁ ଜିଲ୍ଲାରେ କେତେ ସଂକ୍ରମିତ ଜାଣିବା

ଅନୁଗୁଳ ଜିଲ୍ଲାରୁ ଏଯାବତ୍‌ ୭,୮୪୧, ସଂକ୍ରମିତ ହୋଇଥିବା ବେଳେ ବାଲେଶ୍ବରରୁ ୧୦,୦୫୨, ବରଗଡ଼ରୁ ୮,୪୯୮, ଭଦ୍ରକରୁ ୬,୬୨୫, ବଲାଙ୍ଗୀରରୁ ୬,୫୩୯, ବୌଦ୍ଧରୁ ୨,୫୨୪, କଟକରୁ ୨୫,୫୪୬, ଦେବଗଡ଼ରୁ ୧,୦୨୦ ଢେଙ୍କାନାଳରୁ ୪,୯୮୯, ଗଜପତିରୁ ୩,୮୩୨, ଗଞ୍ଜ‌ାମରୁ ୨୧,୧୦୩, ଜଗତ୍‌ସିଂହପୁରରୁ ୭,୩୦୬, ଯାଜପୁରରୁ ୧୦,୭୦୨, ଝାରସୁଗୁଡ଼ାରୁ ୬,୨୫୭, କଳାହାଣ୍ଡିରୁ ୫,୦୦୪, କନ୍ଧମାଳରୁ ୫,୫୯୯, କେନ୍ଦ୍ରାପଡ଼ାରୁ ୭,୪୦୧, କେନ୍ଦୁଝରରୁ ୬,୧୪୫, ଖୋର୍ଦ୍ଧାରୁ ୪୮,୦୬୫ କୋରାପୁଟରୁ ୭,୨୭୬, ମାଲକାନଗିରିରୁ ୪,୭୭୮, ମୟୂରଭଞ୍ଜରୁ ୧୧,୧୦୯, ନବରଙ୍ଗପୁରରୁ ୫,୧୮୧, ନୟାଗଡ଼ରୁ ୫,୮୮୯, ନୂଆପଡ଼ାରୁ ୫,୪୩୪, ପୁରୀରୁ ୧୨,୩୨୮, ରାୟଗଡ଼ରୁ ୮,୦୪୫, ସମ୍ବଲପୁରରୁ ୭,୮୮୯, ସୁବର୍ଣ୍ଣପୁରରୁ ୪,୩୭୩, ସୁନ୍ଦରଗଡ଼ରୁ ୧୦,୭୫୮, ଷ୍ଟେଟ୍‌ପୁଲ୍‌ରୁ ୭,୩୭୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର