ବାଲେଶ୍ବରରେ ୧୦ ହଜାର ଟପିଲାଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଜାଣନ୍ତୁ ଅନ୍ୟ ସବୁ ଜିଲ୍ଲାରୁ କେତେ ସଂକ୍ରମିତ?

ଭୁବନେଶ୍ବର: ଆଜି ରାଜ୍ୟରେ ୧୫୪୭ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୮୯୧ ଓ ସ୍ଥାନୀୟ ଅଞ୍ଚଳରୁ ୬୫୬ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୮୮ହଜାର ୬୪୬କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲା ଓ ଷ୍ଟେଟ୍ ପୁଲରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ଆସନ୍ତୁ ଏଯାବତ୍ କେଉଁ ଜିଲ୍ଲାରେ କେତେ ସଂକ୍ରମିତ ଜାଣିବା

ଅନୁଗୁଳ ଜିଲ୍ଲାରୁ ଏଯାବତ୍‌ ୮,୦୧୧, ସଂକ୍ରମିତ ହୋଇଥିବା ବେଳେ ବାଲେଶ୍ବରରୁ ୧୦,୨୦୭, ବରଗଡ଼ରୁ ୮,୫୬୮, ଭଦ୍ରକରୁ ୬,୬୯୮, ବଲାଙ୍ଗୀରରୁ ୬,୬୮୬, ବୌଦ୍ଧରୁ ୨,୫୫୫, କଟକରୁ ୨୫,୭୭୨, ଦେବଗଡ଼ରୁ ୧,୦୪୮ ଢେଙ୍କାନାଳରୁ ୫,୦୭୬, ଗଜପତିରୁ ୩,୮୪୮, ଗଞ୍ଜ‌ାମରୁ ୨୧,୧୪୭, ଜଗତ୍‌ସିଂହପୁରରୁ ୭,୪୭୫, ଯାଜପୁରରୁ ୧୦,୮୧୨, ଝାରସୁଗୁଡ଼ାରୁ ୬,୩୩୩, କଳାହାଣ୍ଡିରୁ ୫,୧୨୫, କନ୍ଧମାଳରୁ ୫,୬୩୭, କେନ୍ଦ୍ରାପଡ଼ାରୁ ୭,୫୧୬, କେନ୍ଦୁଝରରୁ ୬,୨୬୯, ଖୋର୍ଦ୍ଧାରୁ ୪୮,୪୪୬ କୋରାପୁଟରୁ ୭,୩୪୫, ମାଲକାନଗିରିରୁ ୪,୮୧୨, ମୟୂରଭଞ୍ଜରୁ ୧୧,୨୮୨, ନବରଙ୍ଗପୁରରୁ ୫,୨୪୪, ନୟାଗଡ଼ରୁ ୫,୯୬୩, ନୂଆପଡ଼ାରୁ ୫,୫୫୨, ପୁରୀରୁ ୧୨,୪୬୩, ରାୟଗଡ଼ରୁ ୮,୦୬୯, ସମ୍ବଲପୁରରୁ ୭,୯୩୪, ସୁବର୍ଣ୍ଣପୁରରୁ ୪,୪୦୩, ସୁନ୍ଦରଗଡ଼ରୁ ୧୦,୯୦୯, ଷ୍ଟେଟ୍‌ପୁଲ୍‌ରୁ ୭,୪୪୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର