ଖୋର୍ଦ୍ଧାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୯,୪୪୫ ଛୁଇଁଲା, ଜାଣନ୍ତୁ ଅନ୍ୟ ସବୁ ଜିଲ୍ଲାରୁ କେତେ?

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୧୩୮୫କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭୯୮ଜଣ ସଂଗରୋଧ କେନ୍ଦ୍ରରୁ ଥିବା ବେଳେ ୫୮୭ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡ଼ିଛି। ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୯୭ ହଜାର ୨୭୪ ଥିବା ବେଳେ ସୁସ୍ଥ ହୋଇ ସାରିଲେଣି ୨ ଲକ୍ଷ ୮୨ ହଜାର ୦୭୩ ଜଣ। ଏବେ ସକ୍ରିୟ ଅଛନ୍ତି ୧୩ ହଜାର ୭୭୦ଜଣ ଆକ୍ର‌ାନ୍ତ। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ତେବେ ଆସନ୍ତୁ ଏଯାବତ୍ କେଉଁ ଜିଲ୍ଲାରେ କେତେ ସଂକ୍ରମିତ ଜାଣିବା

ଅନୁଗୁଳ ଜିଲ୍ଲାରୁ ଏଯାବତ୍‌ ୮,୪୪୮, ସଂକ୍ରମିତ ହୋଇଥିବା ବେଳେ ବାଲେଶ୍ବରରୁ ୧୦,୫୪୫, ବରଗଡ଼ରୁ ୮,୯୮୦, ଭଦ୍ରକରୁ ୬,୮୫୭, ବଲାଙ୍ଗୀରରୁ ୭,୦୯୦, ବୌଦ୍ଧରୁ ୨,୬୧୪, କଟକରୁ ୨୬,୪୧୨, ଦେବଗଡ଼ରୁ ୧,୦୯୧, ଢେଙ୍କାନାଳରୁ ୫,୨୪୦, ଗଜପତିରୁ ୩,୮୭୪, ଗଞ୍ଜ‌ାମରୁ ୨୧,୩୧୬, ଜଗତ୍‌ସିଂହପୁରରୁ ୭,୮୬୨, ଯାଜପୁରରୁ ୧୧,୦୩୧, ଝାରସୁଗୁଡ଼ାରୁ ୬,୫୩୮, କଳାହାଣ୍ଡିରୁ ୫,୩୬୭, କନ୍ଧମାଳରୁ ୫,୭୨୫, କେନ୍ଦ୍ରାପଡ଼ାରୁ ୭,୮୬୨, କେନ୍ଦୁଝରରୁ ୬,୫୯୯, ଖୋର୍ଦ୍ଧାରୁ ୪୯,୪୪୫, କୋରାପୁଟରୁ ୭,୪୯୯, ମାଲକାନଗିରିରୁ ୪,୯୮୩, ମୟୂରଭଞ୍ଜରୁ ୧୧,୭୩୬, ନବରଙ୍ଗପୁରରୁ ୫,୪୦୩, ନୟାଗଡ଼ରୁ ୬,୧୧୧, ନୂଆପଡ଼ାରୁ ୫,୯୪୯, ପୁରୀରୁ ୧୨,୭୯୪, ରାୟଗଡ଼ରୁ ୮,୧୪୦, ସମ୍ବଲପୁରରୁ ୮,୧୪୩, ସୁବର୍ଣ୍ଣପୁରରୁ ୪,୫୦୪, ସୁନ୍ଦରଗଡ଼ରୁ ୧୧,୪୯୦, ଷ୍ଟେଟ୍‌ପୁଲ୍‌ରୁ ୭,୬୨୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର