କମି କମି ଚାଲିଛି କରୋନା ସଂକ୍ରମଣ ସଂଖ୍ୟା, ଜାଣନ୍ତୁ କେଉଁ ଜିଲ୍ଲାରୁ ଏଯାବତ୍‌ ସମୁଦାୟ କେତେ ସଂକ୍ରମିତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ‌ଏବେ ଆୟତ୍ତାଧୀନ ହୋଇଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟ‌ରେ ୧୦୧୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୮୫ ଜଣ ସଂଗରୋଧ କେନ୍ଦ୍ରରୁ ଓ ୪୩୩ ସ୍ଥାନୀୟ ସଂକ୍ରମିତ ବୋଲି ଜାଣିବାକୁ ମିଳିଛି। ନୂଆ ସଂକ୍ରମିତଙ୍କ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୭ ହଜାର ୪ରେ ପହଞ୍ଚିଛି। ଏବେ ସୁଦ୍ଧା ସୁସ୍ଥ ହୋଇ ସାରିଲେଣି ୨ ଲକ୍ଷ ୯୩ ହଜାର ୭୪୧ ଜଣ, ସେହିପରି ସକ୍ରିୟ ଅଛନ୍ତି ୧୧ ହଜାର ୭୧୫ ଜଣ ଆକ୍ରାନ୍ତ।

ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଜାରି ତଥ୍ୟ ଅନୁସାରେ ଅନୁଗୁଳ ଜିଲ୍ଲାରୁ ଏଯାବତ୍‌ ୯,୦୫୩ ସଂକ୍ରମିତ ହୋଇଥିବା ବେଳେ ବାଲେଶ୍ବରରୁ ୧୦,୯୯୭, ବରଗଡ଼ରୁ ୯,୩୩୦, ଭଦ୍ରକରୁ ୭,୦୧୧, ବଲାଙ୍ଗୀରରୁ ୭,୪୯୦, ବୌଦ୍ଧରୁ ୨,୬୬୫, କଟକରୁ ୨୭,୨୨୭, ଦେବଗଡ଼ରୁ ୧,୧୩୨, ଢେଙ୍କାନାଳରୁ ୫,୪୩୮, ଗଜପତିରୁ ୩,୯୧୪, ଗଞ୍ଜ‌ାମରୁ ୨୧,୪୫୯, ଜଗତ୍‌ସିଂହପୁରରୁ ୮,୩୨୨, ଯାଜପୁରରୁ ୧୧,୨୮୭, ଝାରସୁଗୁଡ଼ାରୁ ୬,୭୮୮, କଳାହାଣ୍ଡିରୁ ୫,୬୮୨, କନ୍ଧମାଳରୁ ୫,୮୧୮, କେନ୍ଦ୍ରାପଡ଼ାରୁ ୮,୨୭୭, କେନ୍ଦୁଝରରୁ ୬,୯୬୦, ଖୋର୍ଦ୍ଧାରୁ ୫୦,୩୯୪, କୋରାପୁଟରୁ ୭,୬୪୭, ମାଲକାନଗିରିରୁ ୫,୦୭୨, ମୟୂରଭଞ୍ଜରୁ ୧୨,୩୪୩, ନବରଙ୍ଗପୁରରୁ ୫,୫୬୯, ନୟାଗଡ଼ରୁ ୬,୨୬୮, ନୂଆପଡ଼ାରୁ ୬,୩୬୪, ପୁରୀରୁ ୧୩,୧୮୦, ରାୟଗଡ଼ରୁ ୮,୨୧୦, ସମ୍ବଲପୁରରୁ ୮,୪୦୮, ସୁବର୍ଣ୍ଣପୁରରୁ ୪,୬୦୨, ସୁନ୍ଦରଗଡ଼ରୁ ୧୨,୨୮୭, ଷ୍ଟେଟ୍‌ପୁଲ୍‌ରୁ ୭,୮୧୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର