ଭୁବନେଶ୍ବର: ଆଜି ରାଜ୍ୟରେ ପୁଣି ନୂଆ ୩୭୪୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୨୧୦ ଓ ସ୍ଥାନୀୟ ଅଞ୍ଚଳରୁ ୧୫୩୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Advertisment

ଏବେ ଆସନ୍ତୁ ଜାଣିବା ଆଜିର ସଂକ୍ରମଣ ସଂଖ୍ୟା ମିଶାଇ କେଉଁ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା କେତେ ରହିଛି । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରଦତ୍ତ ସୂଚନା ଅନୁଯାୟୀ ଏବେ ଅନୁଗୁଳ ଜିଲ୍ଲାରେ ସଂକ୍ରମଣଙ୍କ ସଂଖ୍ୟା ୧୪୩୨ ଥିବା ବେଳେ ବାଲେଶ୍ବରରେ ୪୬୩୦, ବରଗଡ଼ରରେ ୩୭୭୨, ଭଦ୍ରକରେ ୩୫୦୩, ବଲାଙ୍ଗିରରେ ୨୩୭୨, ବୌଦ୍ଧରେ ୯୨୬, କଟକ‌ରେ ୧୧୫୧୯, ଦେବଗଡ଼ରେ ୩୧୬, ଢେଙ୍କାନାଳରେ ୨୨୧୦, ଗଜପତିରେ ୩୦୮୦, ଗଞ୍ଜାମରେ ୧୮୮୮୩, ଜଗତ୍‌ସିଂହପୁରରେ ୨୫୫୭, ଯାଜପୁରରେ ୫୨୦୬, ଝାରସୁଗୁଡ଼ାରେ ୨୧୪୮, କଳାହାଣ୍ଡିରେ ୧୭୧୫, କନ୍ଧମାଳରେ ୨୬୦୫, କେନ୍ଦ୍ରାପଡ଼ାରେ ୨୫୧୦, କେନ୍ଦୁଝରରେ ୨୫୭୦, ଖୋର୍ଦ୍ଧା‌ରେ ୨୩୩୩୨, କୋରାପୁଟରେ ୪୩୪୧, ମାଲକାନଗିରିରେ ୨୬୨୮, ମୟୂରଭଞ୍ଜରେ ୫୦୯୩, ନବରଙ୍ଗପୁରରେ ୧୬୩୩, ନୟାଗଡ଼ରେ ୩୫୪୧, ନୂଆପଡ଼ାରେ ୧୦୯୫, ପୁରୀରେ ୫୨୨୭, ରାୟଗଡ଼ରେ ୫୭୫୦, ସମ୍ବଲପୁରରେ ୩୫୩୯,  ସୁବର୍ଣ୍ଣପୁରରେ ୧୪୧୫ ଓ ସୁନ୍ଦରଗଡ଼ରେ ୫୧୬୪ରେ ପହଞ୍ଚିଛି।

publive-image

୩୭୪୮ଟି ନୂଆ ମାମଲା ସହ ଓଡ଼ିଶାର ମୋଟ କରୋନା ସଂକ୍ରମଣ ମାମଲା ସଂଖ୍ୟା ୧ ଲକ୍ଷ ୩୫ ହଜାର ୧୩୦ରେ ପହଞ୍ଚିଛି । ଏହା ମଧ୍ୟରୁ ସକ୍ରିୟ ସଂକ୍ରମଣ ସଂଖ୍ୟା ୩୨,୩୧୨ ଥିବାବେଳେ ୧୦୨୧୮୫ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୨୭୮୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।