ରାଜ୍ୟରେ ବଢ଼ି ବଢ଼ି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା, ଜାଣନ୍ତୁ କେଉଁ ଜିଲ୍ଲାରୁ ସମୁଦାୟ କେତେ ସଂକ୍ରମିତ?

ଭୁବନେଶ୍ବର: ଆଜି ରାଜ୍ୟରେ ୧୬୧୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଂଗରୋଧରୁ ୯୪୧ ଓ ସ୍ଥାନୀୟ ଅଞ୍ଚଳରୁ ୬୭୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ଏହାଫଳରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୮୭ ହଜାର ୯୯କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲା ଓ ଷ୍ଟେଟ୍ ପୁଲରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ଆସନ୍ତୁ ଏଯାବତ୍ କେଉଁ ଜିଲ୍ଲାରେ କେତେ ସଂକ୍ରମିତ ଜାଣିବା

ଅନୁଗୁଳ ଜିଲ୍ଲାରୁ ଏଯାବତ୍‌ ୭,୯୧୬, ସଂକ୍ରମିତ ହୋଇଥିବା ବେଳେ ବାଲେଶ୍ବରରୁ ୧୦,୧୨୮, ବରଗଡ଼ରୁ ୮,୫୩୩, ଭଦ୍ରକରୁ ୬,୬୫୫, ବଲାଙ୍ଗୀରରୁ ୬,୬୦୭, ବୌଦ୍ଧରୁ ୨,୫୪୩, କଟକରୁ ୨୫,୬୭୪, ଦେବଗଡ଼ରୁ ୧,୦୩୧ ଢେଙ୍କାନାଳରୁ ୫,୦୩୪, ଗଜପତିରୁ ୩,୮୪୦, ଗଞ୍ଜ‌ାମରୁ ୨୧,୧୨୩, ଜଗତ୍‌ସିଂହପୁରରୁ ୭,୩୮୬, ଯାଜପୁରରୁ ୧୦,୭୪୨, ଝାରସୁଗୁଡ଼ାରୁ ୬,୨୯୬, କଳାହାଣ୍ଡିରୁ ୫,୦୮୮, କନ୍ଧମାଳରୁ ୫,୬୧୩, କେନ୍ଦ୍ରାପଡ଼ାରୁ ୭,୪୫୫, କେନ୍ଦୁଝରରୁ ୬,୧୯୮, ଖୋର୍ଦ୍ଧାରୁ ୪୮,୨୮୭ କୋରାପୁଟରୁ ୭,୩୦୮, ମାଲକାନଗିରିରୁ ୪,୭୯୩, ମୟୂରଭଞ୍ଜରୁ ୧୧,୧୯୪, ନବରଙ୍ଗପୁରରୁ ୫,୨୧୪, ନୟାଗଡ଼ରୁ ୫,୯୨୯, ନୂଆପଡ଼ାରୁ ୫,୪୯୩, ପୁରୀରୁ ୧୨,୪୦୪, ରାୟଗଡ଼ରୁ ୮,୦୬୦, ସମ୍ବଲପୁରରୁ ୭,୯୧୧, ସୁବର୍ଣ୍ଣପୁରରୁ ୪,୩୮୧, ସୁନ୍ଦରଗଡ଼ରୁ ୧୦,୮୫୧, ଷ୍ଟେଟ୍‌ପୁଲ୍‌ରୁ ୭,୪୧୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର