ଖୋର୍ଦ୍ଧାରେ ପାଖାପାଖି ୫୦ ହଜାର ଛୁଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଜାଣନ୍ତୁ ଅନ୍ୟ ସବୁ ଜିଲ୍ଳାରୁ କେତେ ଆକ୍ରାନ୍ତ?

ଭୁବନେଶ୍ବର: ଧୀରେ ଧୀରେ କମ୍‌ ହେବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୧୨୦୧ ଜଣ ନୂଅ‌ା କରୋନା ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬୯୭ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ବାକି ୫୦୪ ସ୍ଥାନୀୟ ସଂକ୍ରମିତ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ଆସନ୍ତୁ ଏଯାବତ୍ କେଉଁ ଜିଲ୍ଲାରେ କେତେ ସଂକ୍ରମିତ ଜାଣିବା

ଅନୁଗୁଳ ଜିଲ୍ଲାରୁ ଏଯାବତ୍‌ ୮,୨୮୪, ସଂକ୍ରମିତ ହୋଇଥିବା ବେଳେ ବାଲେଶ୍ବରରୁ ୧୦,୪୩୧, ବରଗଡ଼ରୁ ୮,୮୫୭, ଭଦ୍ରକରୁ ୬,୮୦୭, ବଲାଙ୍ଗୀରରୁ ୬,୯୨୪, ବୌଦ୍ଧରୁ ୨,୬୦୫, କଟକରୁ ୨୬,୧୮୩, ଦେବଗଡ଼ରୁ ୧,୦୭୬ ଢେଙ୍କାନାଳରୁ ୫,୧୮୯, ଗଜପତିରୁ ୩,୮୬୬, ଗଞ୍ଜ‌ାମରୁ ୨୧,୨୬୦, ଜଗତ୍‌ସିଂହପୁରରୁ ୭,୭୪୫, ଯାଜପୁରରୁ ୧୦,୯୬୯, ଝାରସୁଗୁଡ଼ାରୁ ୬,୪୭୦, କଳାହାଣ୍ଡିରୁ ୫,୨୮୧, କନ୍ଧମାଳରୁ ୫,୬୯୫, କେନ୍ଦ୍ରାପଡ଼ାରୁ ୭,୭୬୪, କେନ୍ଦୁଝରରୁ ୬,୪୭୩, ଖୋର୍ଦ୍ଧାରୁ ୪୯,୧୧୧, କୋରାପୁଟରୁ ୭,୪୪୮, ମାଲକାନଗିରିରୁ ୪,୯୩୧, ମୟୂରଭଞ୍ଜରୁ ୧୧,୫୮୧, ନବରଙ୍ଗପୁରରୁ ୫,୩୫୨, ନୟାଗଡ଼ରୁ ୬,୦୫୯, ନୂଆପଡ଼ାରୁ ୫,୮୧୫, ପୁରୀରୁ ୧୨,୬୮୬, ରାୟଗଡ଼ରୁ ୮,୧୨୩, ସମ୍ବଲପୁରରୁ ୮,୦୭୬, ସୁବର୍ଣ୍ଣପୁରରୁ ୪,୪୯୬, ସୁନ୍ଦରଗଡ଼ରୁ ୧୧,୨୯୫, ଷ୍ଟେଟ୍‌ପୁଲ୍‌ରୁ ୭,୫୬୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର