କେନ୍ଦୁଝରରେ ୭ ହଜାର ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ଜାଣନ୍ତୁ ଅନ୍ୟ ସବୁ ଜିଲ୍ଲାରୁ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା କେତେ?

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ କମ୍‌ ହେବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୯୦୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଂଗରୋଧ କେନ୍ଦ୍ରରୁ ୫୨୩ ଜଣ ଚିହ୍ନଟ ହୋଇଥିବା ବେଳେ ୩୭୯ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ ସଂକ୍ରମିତଙ୍କୁ ମିଶାଇ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୭ ହଜାର ୯୦୬ରେ ପହଞ୍ଚିଛି।

ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଜାରି ତଥ୍ୟ ଅନୁସାରେ ଅନୁଗୁଳ ଜିଲ୍ଲାରୁ ଏଯାବତ୍‌ ୯,୧୦୩,ସଂକ୍ରମିତ ହୋଇଥିବା ବେଳେ ବାଲେଶ୍ବରରୁ ୧୧,୦୩୬, ବରଗଡ଼ରୁ ୯,୩୬୭, ଭଦ୍ରକରୁ ୭,୦୧୯, ବଲାଙ୍ଗୀରରୁ ୭,୫୨୭, ବୌଦ୍ଧରୁ ୨,୬୯୧, କଟକରୁ ୨୭,୨୯୭, ଦେବଗଡ଼ରୁ ୧,୧୩୪, ଢେଙ୍କାନାଳରୁ ୫,୪୫୫, ଗଜପତିରୁ ୩,୯୧୮, ଗଞ୍ଜ‌ାମରୁ ୨୧,୪୬୭, ଜଗତ୍‌ସିଂହପୁରରୁ ୮,୩୬୪, ଯାଜପୁରରୁ ୧୧,୩୧୨, ଝାରସୁଗୁଡ଼ାରୁ ୬,୮୧୧, କଳାହାଣ୍ଡିରୁ ୫,୬୯୮, କନ୍ଧମାଳରୁ ୫,୮୨୪, କେନ୍ଦ୍ରାପଡ଼ାରୁ ୮,୩୧୩, କେନ୍ଦୁଝରରୁ ୭,୦୧୧, ଖୋର୍ଦ୍ଧାରୁ ୫୦,୪୬୨, କୋରାପୁଟରୁ ୭,୬୫୭, ମାଲକାନଗିରିରୁ ୫,୦୭୭, ମୟୂରଭଞ୍ଜରୁ ୧୨,୪୩୧ ନବରଙ୍ଗପୁରରୁ ୫,୫୮୪, ନୟାଗଡ଼ରୁ ୬,୨୮୭, ନୂଆପଡ଼ାରୁ ୬,୩୯୦, ପୁରୀରୁ ୧୩,୨୦୦, ରାୟଗଡ଼ରୁ ୮,୨୧୬, ସମ୍ବଲପୁରରୁ ୮,୪୫୧, ସୁବର୍ଣ୍ଣପୁରରୁ ୪,୬୦୯, ସୁନ୍ଦରଗଡ଼ରୁ ୧୨,୩୭୨, ଷ୍ଟେଟ୍‌ପୁଲ୍‌ରୁ ୭,୮୨୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର