ରାୟଗଡ଼ା ଛୁଇଁଲା ୬ଶହ, ଜାଣନ୍ତୁ କେଉଁ ଜିଲ୍ଲାରେ ଏଯାବତ୍ କେତେଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି

ଭୁବନେଶ୍ବର: ଆଜି ରାଜ୍ୟରେ ୧୫୦୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଆଜି ୨୮ ଜିଲ୍ଲାରୁ ଏହି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି । ଏମାନଙ୍କ ଭିତରୁ ସଂଗରୋଧ କେନ୍ଦ୍ରରୁ ୧୦୦୨ ଓ ସ୍ଥାନୀୟ ଅଞ୍ଚଳରୁ ୫୦୧ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬,୮୯୨କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏବେ ଆସନ୍ତୁ ଜାଣିବା ଏଯାବତ୍ କେଉଁ ଜିଲ୍ଲାରେ କେତେଜଣ ଆକ୍ରାନ୍ତ ଅଛନ୍ତି। ଏବେ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୯୧୬୯ ଥିବା ବେଳେ ଖୋର୍ଦ୍ଧାରେ ୩୨୬୦, କଟକରେ ୧୮୨୫, ଗଜପତିରେ ୧୦୫୬, ଯାଜପୁରରେ ୧୧୪୭, ବାଲେଶ୍ବରରେ ୮୫୬, ଜଗତସିଂହପୁର ଜିଲ୍ଲାରେ ୬୩୭, ପୁରୀରେ ୬୮୧, କେନ୍ଦ୍ରାପଡ଼ାରେ ୪୨୭, ଭଦ୍ରକ ଜିଲ୍ଲାରେ ୫୪୬, ସୁନ୍ଦରଗଡ଼ ଜିଲ୍ଲାରେ୧୧୧୦, ବଲାଙ୍ଗୀରରେ ୩୫୩, କନ୍ଧମାଳରେ ୪୩୮, ମୟୂରଭଞ୍ଜରେ ୫୮୧, ନୟାଗଡ଼ରେ ୪୯୬, କେନ୍ଦୁଝରରେ ୬୫୩, ନୂଆପଡ଼ାରେ ୧୧୦, ଝାରସୁଗୁଡ଼ାରେ ୨୮୯, ଢେଙ୍କାନାଳରେ ୧୯୯, କଳାହାଣ୍ଡିରେ ୧୩୨, ବରଗଡ଼ ଜିଲ୍ଲାରେ ୩୭୫, ଅନୁଗୁଳରେ ୨୫୯, ମାଲକାନଗିରିରେ ୪୩୦, ସମ୍ବଲପୁରରେ ୨୮୧, ଦେବଗଡ଼ରେ ୮୧, ବୌଦ୍ଧରେ ୧୩୨, ସୁବର୍ଣ୍ଣପୁର ଜିଲ୍ଲାରେ ୭୮, କୋରାପୁଟରେ ୪୮୫, ରାୟଗଡ଼ା ଜିଲ୍ଲାରେ ୬୦୦ ଓ ନବରଙ୍ଗପୁର ଜିଲ୍ଲାରେ ୨୦୬ରେ ପହଞ୍ଚିଛି ।
ସୂଚନାଯୋଗ୍ୟ, ଏବେ ରାଜ୍ୟରେ ମୋଟ୍ ୧୬,୭୯୨ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୯୧୯ ରହିଛି। ଏଣେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୪୭ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର