୧୦ ହଜାର ମୁହାଁ ଗଞ୍ଜାମ, ଜାଣନ୍ତୁ ଏଯାବତ୍ କେଉଁ ଜିଲ୍ଲାରେ କେତେଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି

ଭୁବନେଶ୍ବର: ରାଜ୍ୟରେ ଆଜି ୧୨୦୩ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦,୩୮୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୪୪୫ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୭୫୮ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଆଜି ୨୮ଟି ଜିଲ୍ଲାରୁ ଆଜି ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଏବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ କେତେଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏବେ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୯୯୯୬, ଯାଜପୁରରେ ୧୨୨୫ , ଖୋର୍ଦ୍ଧାରେ ୩୯୮୬, ବାଲେଶ୍ବରରେ ୯୩୪, କଟକରେ ୨୦୪୩, ପୁରୀରେ ୭୧୭, କେନ୍ଦ୍ରାପଡ଼ାରେ ୪୬୩, ଅନୁଗୁଳରେ ୩୦୫, ଦେବଗଡ଼ରେ ୯୬ , ଭଦ୍ରକରେ ୬୦୫, ନୟାଗଡ଼ରେ ୫୫୬, ଜଗତସିଂହପୁରରେ ୬୯୫, ସୁନ୍ଦରଗଡ଼ରେ ୧୨୯୮, ନୂଆପଡ଼ାରେ ୧୨୯, ବଲାଙ୍ଗୀରରେ ୪୦୬, ବୌଦ୍ଧରେ ୧୩୭, କେନ୍ଦୁଝରରେ ୭୪୧, ମାଲକାନଗିରିରେ ୫୧୦, ମୟୂରଭଞ୍ଜରେ ୬୩୯, କଳାହାଣ୍ଡିରେ ୧୬୩, କନ୍ଧମାଳରେ ୪୭୭, ଗଜପତିରେ ୧୩୦୫, କୋରାପୁଟରେ ୬୯୦, ଢେଙ୍କାନାଳରେ ୨୦୪, ଝାରସୁଗୁଡ଼ାରେ ୩୦୩, ସମ୍ବଲପୁରରେ ୩୪୨ରେ ପହଞ୍ଚିଛି। ଅପରପକ୍ଷରେ ବରଗଡ଼ରେ ୪୦୨, ସୁବର୍ଣ୍ଣପୁର ଜିଲ୍ଲାରେ ୮୬ ଏବଂ ନବରଙ୍ଗପୁର ଜିଲ୍ଲାରେ ୨୩୬ଜଣ ଓ ରାୟଗଡ଼ା ଜିଲ୍ଲାରେ ୬୯୩ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ବି ଗଞ୍ଜାମ ଜିଲ୍ଲା ସଂକ୍ରମିତଙ୍କ ସଂଖ୍ୟାରେ ଶୀର୍ଷରେ ରହିଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ତଥ୍ୟ ପ୍ରଦାନ କରାଯାଇଛି।
ଏବେ ରାଜ୍ୟରେ ମୋଟ୍ ୧୮,୯୩୮ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧,୨୩୫ ରହିଛି। ଏଣେ କରୋନାରେ ୧୬୯ଜଣଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର