ଗଜପତିରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୦୦, ଜାଣନ୍ତୁ ଏଯାବତ୍ କେଉଁ ଜିଲ୍ଲାରେ କେତେଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି

ଭୁବନେଶ୍ବର: ଆଜି ରାଜ୍ୟରେ ୧୩୮୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆଜି ୨୮ଟି ଜିଲ୍ଲାରୁ ଆଜି ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୭ ହଜାର ୬୮୧କୁ ବୃଦ୍ଧି ପାଇଛି।

ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରଦତ୍ତ ସୂଚନା ଅନୁଯାୟୀ ଏଯାବତ୍ ଏବେ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୧୬୧୧ ଥିବା ବେଳେ ଖୋର୍ଦ୍ଧାରେ ୫୧୧୫, କଟକରେ ୨୪୫୮, ଗଜପତିରେ ୧୭୦୦, ଯାଜପୁରରେ ୧୪୦୨, ବାଲେଶ୍ବରରେ ୧୧୨୮, ଜଗତସିଂହପୁର ଜିଲ୍ଲାରେ ୭୮୪, ପୁରୀରେ ୯୧୯, କେନ୍ଦ୍ରାପଡ଼ାରେ ୫୩୭, ଭଦ୍ରକ ଜିଲ୍ଲାରେ ୭୧୬, ସୁନ୍ଦରଗଡ଼ରେ ୧୬୨୧, ବଲାଙ୍ଗୀରରେ ୫୧୯, କନ୍ଧମାଳରେ ୬୭୮, ମୟୂରଭଞ୍ଜରେ ୭୪୯, କୋରାପୁଟରେ ୯୭୫, ନୟାଗଡ଼ରେ ୭୧୭, କେନ୍ଦୁଝରରେ ୮୫୬, ନୂଆପଡ଼ାରେ ୧୫୮, ଝାରସୁଗୁଡ଼ାରେ ୩୩୩, ଢେଙ୍କାନାଳରେ ୪୨୦, କଳାହାଣ୍ଡିରେ ୩୦୬, ବରଗଡ଼ ଜିଲ୍ଲାରେ ୪୭୩, ଅନୁଗୁଳରେ ୩୮୧, ମାଲକାନଗିରିରେ ୬୬୩, ସମ୍ବଲପୁରରେ ୬୬୩, ରାୟଗଡ଼ାରେ ୧୧୩୨, ବୌଦ୍ଧରେ ୧୫୩, ସୋନପୁର ଜିଲ୍ଲାରେ ୧୧୦, ଦେବଗଡ଼ ଜିଲ୍ଲାରେ ୯୬ ଓ ନବରଙ୍ଗପୁର ଜିଲ୍ଲାରେ ୩୦୮ରେ ପହଞ୍ଚିଛି।

image source–long island press

ଏବେ ରାଜ୍ୟରେ ମୋଟ୍ ୨୩,୦୭୩ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪,୩୫୦ ରହିଛି। ଆଜି ରାଜ୍ୟରେ କରୋନାରେ ଆଉ ୯ଜଣଙ୍କର ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୧୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର