ରାଉରକେଲା : କରୋନା ସହ ଲଢି ହାରିଗଲେ ସୁନ୍ଦରଗଡର ଆଉ ଜଣେ କରୋନା ଯୋଦ୍ଧା ଡାକ୍ତର ରାହାସ ବିହାରୀ ମହାପାତ୍ର । ଗତକାଲି ରାତି ୨ଟା ୩୦ମିନିଟ୍ ସମୟରେ ଭୁବନେଶ୍ବର କିମ୍ସ କୋଭିଡ ହସପିଟାଲରେ ତାଙ୍କର ପରଲୋକ ହୋଇ ଯାଇଛି । ଗତ ୩ ତାରିଖରେ ସେ କରୋନା ପଜିଟିଭ ଜଣାପଡ଼ିବା ପରେ ତାଙ୍କୁ ହାଇଟେକ କୋଭିଡ ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା ।
ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କିମ୍ସ ସ୍ଥାନାନ୍ତର କରାଯାଇଥିଲା । ସେ ଲାଠିକଟା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଥିଲେ । ଦକ୍ଷିଣ ରାଉରକେଲା ସାରନଗରୀ ଉତ୍କଳନଗର ପରିବାର ସହ ରହୁଥିଲେ । ସେ ଗାୟତ୍ରୀ ଶକ୍ତି ପୀଠର ଜଣେ ଭଲ ଉପାସକ ଥିଲେ । ତାଙ୍କର ଏକ ମାତ୍ର ପୁଅ ନିଉଜିଲାଣ୍ଡରେ ରହୁଛନ୍ତି । ସେ ଜଣେ ପରୋପକାରୀ ଡାକ୍ତର ଥବାରୁ ତାଙ୍କ ବିୟୋଗରେ ସାରା ରାଉରକେଲାରେ ଦୁଃଖର ଛାୟା ଖେଳି ଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/WhatsApp-Image-2020-08-28-at-10.01.21.jpeg)