ରାଉରକେଲା : କରୋନା ଆକ୍ରାନ୍ତ ଡାକ୍ତରଙ୍କ ପରଲୋକ

ରାଉରକେଲା : କରୋନା ସହ ଲଢି ହାରିଗଲେ ସୁନ୍ଦରଗଡର ଆଉ ଜଣେ କରୋନା ଯୋଦ୍ଧା ଡାକ୍ତର ରାହାସ ବିହାରୀ ମହାପାତ୍ର । ଗତକାଲି ରାତି ୨ଟା  ୩୦ମିନିଟ୍ ସମୟରେ ଭୁବନେଶ୍ବର କିମ୍ସ କୋଭିଡ ହସପିଟାଲରେ ତାଙ୍କର ପରଲୋକ ହୋଇ ଯାଇଛି । ଗତ ୩ ତାରିଖରେ ସେ କରୋନା ପଜିଟିଭ ଜଣାପଡ଼ିବା ପରେ  ତାଙ୍କୁ  ହାଇଟେକ କୋଭିଡ ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା ।

ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କିମ୍ସ ସ୍ଥାନାନ୍ତର କରାଯାଇଥିଲା । ସେ ଲାଠିକଟା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଥିଲେ । ଦକ୍ଷିଣ ରାଉରକେଲା ସାରନଗରୀ  ଉତ୍କଳନଗର ପରିବାର ସହ ରହୁଥିଲେ  । ସେ ଗାୟତ୍ରୀ ଶକ୍ତି ପୀଠର ଜଣେ ଭଲ ଉପାସକ ଥିଲେ ।  ତାଙ୍କର ଏକ ମାତ୍ର ପୁଅ ନିଉଜିଲାଣ୍ଡରେ ରହୁଛନ୍ତି । ସେ ଜଣେ  ପରୋପକାରୀ ଡାକ୍ତର ଥବାରୁ ତାଙ୍କ ବିୟୋଗରେ ସାରା ରାଉରକେଲାରେ ଦୁଃଖର ଛାୟା ଖେଳି ଯାଇଛି ।

ସମ୍ବନ୍ଧିତ ଖବର