ଘର ଭିତରୁ ମା’-ଝିଅଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ସୁନ୍ଦରଗଡ଼: ହେମଗିରି ଥାନା ଟିକିଲିପଡ଼ା ନିକଟବର୍ତ୍ତୀ ମଶିଣାଢ଼ିପା ଗାଁରେ ମଙ୍ଗଳବାର ସକାଳୁ ମା’-ଝିଅଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପ୍ରୀତିଶ ମିଞ୍ଜଙ୍କ ପତ୍ନୀ ନନ୍ଦିଆ ମିଞ୍ଜ ଓ ଝିଅ ସ୍ମୃତି ମିଞ୍ଜ(୬ ବର୍ଷ)ଙ୍କ କେଉଁ କାରଣରୁ ମୃତ୍ୟୁ ଘଟିଛି ତାହା ଜଣାପଡ଼ି ନାହିଁ। ପ୍ରାଥମିକ ତଦନ୍ତ ଅନୁସାରେ ପୁଲିସ ଏହା ଏକ ହତ୍ୟାକାଣ୍ଡ ହୋଇଥାଇ ପାରେ ବୋଲି କହିଛି। ପୁଲିସ କହିଛି ମା’-ଝିଅଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୋଷ୍ଟମର୍ଟମ ପରେ ପ୍ରକୃତ କାରଣ ଜଣାପଡ଼ିବ। ନନ୍ଦିତାଙ୍କ ପତି ପ୍ରତୀଶ ଜଣେ ଟ୍ରକ ଡାଇଭର।

ସମ୍ବନ୍ଧିତ ଖବର