ବଣାଇଁଗଡ଼ (ସୁନ୍ଦରଗଡ଼): କାହାକୁ କେମିତି କେତେବେଳେ ମୃତ୍ୟୁ ଆସେ କେହି ମଧ୍ୟ କଳ୍ପନା କରିପାରିବେ ନାହିଁ। ଆଜି ଏପରି ଏକ ଅଘଟଣ ଘଟିଛି ପୂର୍ତ୍ତ ବିଭାଗ କଲେଇପୋଷ-ବାହାଡାପୋଷି ରାଜ୍ୟ ରାଜପଥ ୧୦(କ)ର ସାଧୁବାହାଲ ମୁଖ୍ୟ ରାସ୍ତା ଉପରେ। ରାଉରକେଲାରୁ ଏକ କ୍ୟା ଭ୍ୟାନ ବାହାଡପୋଷି ଅଭିମୁଖେ ଯାଉଥିବାବେଳେ ବାଟରେ ନୂଆଡିହି ଛକରେ ଚାଳକ ନିରଞ୍ଜନ ବାରିକ(୪୫) ଓ ହେଲପର ମିଳିମିଶି ଚା ପିଇ ଏମ୍ଏଚ୍ ୩୧ଡିଏସ୍ ୨୭୭୪ ଗାଡ଼ିକୁ ଆଗକୁ ବଢାଇଥିଲେ। ତେବେ ଦୁର୍ଭାଗ୍ୟ ବିଷୟ ଯେ ଗାଡ଼ିଟି ୫ଶହ ମିଟର ଅତିକ୍ରମ କରିବା ପରେ ଅଚାନକ ଚାଳକକୁ ହୃଦଘାତର ଶିକାର ହେବାକୁ ପଡିଥିଲା। ଷ୍ଟେରିଂ ଉପରେ ବସିଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଗାଡିଟି ରାସ୍ତାକଡକୁ ମାଡ଼ି ଯାଇ ଏକ ଗଛରେ ଅଟକି ଯାଇଥିଲା। ପରେ ଗାଡ଼ିର ହେଲପର ପାଟି କରି ଆଖପାଖ ଲୋକଙ୍କୁ ଡାକିବା ପରେ ତାଙ୍କୁ ଉଦ୍ଧାର କରି ବଣାଇଁ ଉପଖଣ୍ତ ଚିକିତ୍ସାଳୟକୁ ଚିକିତ୍ସା ନିମନ୍ତେ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ସହିତ ବଣାଇଁ ଥାନାକୁ ଜଣାଇଥିଲେ। ମୃତ ଚାଳକ ନିରଞ୍ଜନ ବାରିକ ରାଉରକେଲା ସେକ୍ଟର ୮ ଅଂଚଳର ହୋଇଥିବାବେଳେ ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
କ୍ୟାଣ୍ଟର ଦୁର୍ଘଟଣା; ହୃଦ୍ଘାତରେ ଚାଳକ ମୃତ, ହେଲପର ଅଳ୍ପକେ ବର୍ତ୍ତିଲେ
/sambad/media/post_attachments/wp-content/uploads/2020/11/WhatsApp-Image-2020-11-19-at-22.07.16.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)