ସୁନ୍ଦରଗଡ଼: ବିଜୁ ଏକ୍ସପ୍ରେସ ୱେ କୁତ୍ରା ଥାନା ଅନ୍ତର୍ଗତ ଗଙ୍ଗାଜଳ ବସଷ୍ଟାଣ୍ଡ ନିକଟରେ ଆଜି ଏକ ଟ୍ରେଲରରୁ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଚାଳକଙ୍କ ବାମ ଜଙ୍ଘରେ ଛୁରିରେ ଆକ୍ରମଣ ହୋଇଥିବାର ଚିହ୍ନ ଥିବାବେଳେ ରକ୍ତ ବାହାରି ଚାଳକଙ୍କ ଗାଡ଼ି ଭିତରେ ହିଁ ମୃତ୍ୟୁ ହୋଇଥିବା ଜଣାପଡିଛି। ତାଙ୍କୁ ଲୁଟ୍ ପାଇଁ ଏଭଳି ଆକ୍ରମଣ କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।

Advertisment

ଏଯାଏ ଚାଳକଙ୍କ ପରିଚୟ ମିଳିପାରି ନାହିଁ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଥିବା ବେଳେ ସାଇଣ୍ଟିଫିକ୍ ଦଳକୁ ଖବର ଦିଆଯାଇଛି। ପ୍ରକାଶ ଥାଉକି ଟ୍ରଲରଟି କୋଇଡାରୁ ଲୁହାପଥର ନେଇ ଆସୁଥିଲା। ଗତକାଲି ରାତି ୧୧ଟାରେ ଏହା ରମାବାହାଲସ୍ଥିତ ଟୋଲଗେଟ ଅତିକ୍ରମ କରିଥିବା ସିସିଟିଭି ଫୁଟେଜରୁ ଜଣାପଡିଛି ।