ସୁନ୍ଦରଗଡ଼/କୁତ୍ରା: ସୁନ୍ଦରଗଡ଼ ଜିଲ୍ଲା  ବଡ ଗାଁ ଥାନା ବିଜୁ ଏକ୍ସପ୍ରେସ ୱେର ଇତମା ନିକଟରେ ଜଣେ ପିକଅପ୍ ଭ୍ୟାନ ଡ୍ରାଇଭରଙ୍କୁ ଗୁଳିମାଡ଼ ହୋଇଛି।
ଆହତ ଯୁବକ ହେଲେ ସୁବାସ ନାୟକ। ପିକଅପ୍ ଚଳନ୍ତା ଅବସ୍ଥାରେ ଥିବାବେଳେ କାରରେ ୪ ଜଣ ଆସି ତାଙ୍କ ଉପରକୁ ଗୁଳିମାଡ଼ କରିଛନ୍ତି।ଗୁଳି ମୁଁହ ତଳେ ବାଜି ପାର ହୋଇଯାଇଛି। ଯୁବକ ସୁବାସ ନାୟକଙ୍କ ଘର କୁତ୍ରା ବ୍ଲକ ଅନ୍ତର୍ଗତ କିରିଙ୍ଗସେରାରରେ ବୋଲି ଜଣାଯାଇଛି।
କିଏ ଓ କାହିଁକି ଆସି ସୁବାସଙ୍କୁ ଗୁଳି ମାରିଲେ ସେ ନେଇ ବଡଗାଁ ପୁଲିସ ତଦନ୍ତ କରୁଛି। ଗୁରୁତର ଅବସ୍ଥାରେ ସୁବାସଙ୍କୁ ରାଉରକେଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।