ରାଉରକେଲା: ସହରର ଆଉ ଏକ ହୋଲସେଲ ଦୋକାନରୁ ଚାରି ପାଞ୍ଚ ପ୍ରକାର ନକଲି ଔଷଧ ଜବତ ହୋଇଛି l ଡ୍ରଗ ଇନ୍ସପେକ୍ଟର ଅଞ୍ଜନ ସାହୁ ସ୍ଥାନୀୟ ପ୍ଲାଣ୍ଟ ସାଇଟ ପୁଲିସ ହୋଟେଲ ଡିଙ୍ଗୋଡେନା ଗଳିରେ ଥିବା ଡ୍ରଗ୍ସ ପଏଣ୍ଟରୁ ଏସବୁ ନକଲି ଔଷଧ ଜବତ କରିଛନ୍ତି l ଡ୍ରଗ୍ସ ପଏଣ୍ଟରୁ ଏହି ସବୁ ଔଷଧ ସହରର ୧୦ରୁ ୧୨ଟି ରିଟେଲ ଦୋକାନକୁ ବିକ୍ରି ପାଇଁ ପଠାଯାଇଥିଲା l ଆଜି ରଟେଲ ଦୋକାନୀ ଏହି ସବୁ ଔଷଧ ଫେରାଇବା ପରେ ଜବତ କରାଯାଇଛି l ପୂର୍ବରୁ ତିନିଟି ହୋଲସେଲ ଦୋକାନରେ ଚଢ଼ଉ କରି ବିପୁଳ ନକଲି ଔଷଧ ଜବତ କରାଯାଇଥିଲା l ତେବେ ଏହି ଚାରିଟି ହୋଲସେଲ ନା ଅନ୍ୟ ହୋଲସେଲ ଦୋକାନ ମହଜୁଦ ଅଛି ତାର ତଦନ୍ତ ଚାଲିଛି l ସେପଟେ ନକଲି ଔଷଧ ଜବତ ପରେ ଔଷଧ ବିକ୍ରେତା ସଂଘର ଦୁଇ ଗୋଷ୍ଟୀ ମଧ୍ୟରେ ବିବାଦ ତେଜୁଛି l
ରାଉରକେଲା: ସହରରେ ପୁଣି ନକଲି ଔଷଧ ଜବତ
/sambad/media/post_attachments/wp-content/uploads/2021/06/53aa3a12-248f-4619-b692-e0a3af3fc534.jpg)