ସୁନ୍ଦରଗଡ଼: ସୁନ୍ଦରଗଡ଼ ସହରରେ ପାଳିତ ହେଉଛି ଭାଇଚାରାର ପବିତ୍ର ଇଦ୍-ଉଲ ଫିତର ପର୍ବ। ମୁସଲମାନ ସଂପ୍ରଦାୟର ଏହା ଏହି ବଡ଼ ପର୍ବ ଅବସରରେ ଭାରତୀୟ ହକିର ପୂର୍ବତନ ଅଧିନାୟକ, ହକି ଇଣ୍ଡିଆ ସଭାପତି ତଥା ବିଜେଡି ଲୋକସଭା ସାଂସଦ ପ୍ରାର୍ଥୀ  ଦିଲୀପ ତିର୍କୀ ସ୍ଥାନୀୟ ମସଜିଦରେ ପହଞ୍ଚି ପରମ୍ପରା ଅନୁସାରେ ମୁସଲମାନ ସଂପ୍ରଦାୟର ଭାଇମାନଙ୍କୁ ଆଲିଙ୍ଗନ କରି ଶୁଭେଚ୍ଛା ଜଣାଇଛନ୍ତି। ମୁସଲମାନମାନେ ମସଜିଦରେ ସମୂହ ନାମଜ ପାଠ କରିଛନ୍ତି। ଦୀର୍ଘ ମାସେ ଧରି ଭକ୍ତି ଓ ଶ୍ରଦ୍ଧାର ସହିତ ଉପବାସ କରିବା ପରେ ଏହି ଇଦ୍ ପର୍ବ ପାଳନ କରାଯାଇଥାଏ ।

Advertisment

ସୁନ୍ଦରଗଡ଼ ସଦର ମସଜିଦରେ ମଧ୍ୟ ହର୍ଷୋଲ୍ଲାସରେ ମୁସଲମାନ ସଂପ୍ରଦାୟର ବ୍ୟକ୍ତିମାନେ ଏହି ପର୍ବ ପାଳନ କରିଛନ୍ତି। ସମୂହ ନମାଜ୍ ପାଠ ପରେ ପରସ୍ପରକୁ ଆଲିଙ୍ଗନ ଓ ମିଠା ଖୁଆଇ ଶୁଭେଚ୍ଛା ଜଣାଇଛନ୍ତି।