ଟାଙ୍ଗରପାଲି: ସଦର ଥାନା ଅନ୍ତର୍ଗତ ବେଲକିଡିହି ଗ୍ରାମରେ ସାନ ଭାଇର କାଠଫାଳିଆ ମାଡ଼ରେ ବଡ଼ ଭାଇର ମୃତ୍ୟୁ ହୋଇଛି। ଘଟଣରୁ ପ୍ରକାଶ ଯେ ଗତ ବୁଧବାର ସଂଧ୍ୟାରେ ଅଙ୍ଗରାଜ ମାଝି(୨୪) ନିଜ ମା’କୁ ଗାଳି ଗୁଲଜ କରୁଥିବାବେଳେ ବଡ଼ ଭାଇ ସିନ୍ଧୁ ମାଝି(୨୭) ଏହାକୁ ବିରୋଧ କରିଥିଲେ। ଫଳରେ ଦୁଇ ଭାଇଙ୍କ ମଧ୍ୟରେ ଏହାକୁ କେନ୍ଦ୍ର କରି ପାଟିତୁଣ୍ଡ ହୋଇଥିଲା ଏବଂ ଏଥିରେ ଉତ୍କ୍ଷୀପ୍ତ ହୋଇ ଅଙ୍ଗରାଜ ଏକ କାଠଫାଳିଆରେ ସିନ୍ଧୁକୁ ପ୍ରହାର କରିଥିଲା। ମୁଣ୍ଡରେ ଜୋରରେ ବାଜିବାରୁ ଘଟଣାସ୍ଥଳରେ ହିଁ ସିନ୍ଧୁର ମୃତ୍ୟୁ ହୋଇଥିଲା। ଖବର ପାଇ ପୁଲିସ ଶବ ଜବତ କରିବା ସହ ଅଭିଯୁକ୍ତ ଅଙ୍ଗରାଜକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
ସାନ ଭାଇର କାଠ ଫାଳିଆ ମାଡ଼ରେ ବଡ଼ ଭାଇ ମୃତ
/sambad/media/post_attachments/wp-content/uploads/2018/01/dead-body1-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)