ଜର୍ଡା ରେଞ୍ଜରେ ହାତୀ ଉପଦ୍ରବ

ଗୁରୁଣ୍ଡିଆ : ସୁନ୍ଦରଗଡ଼ ଜିଲ୍ଲା  ଜର୍ଡା ରେଞ୍ଜ ଅନ୍ତର୍ଗତ କୁଣ୍ଢେଇଡିହା ଗ୍ରାମର ଟଙ୍କାସାହି ଓ ଭେଲିଆସାହି ଗ୍ରାମ ଭିତରକୁ ୩୦ରୁ ଅଧିକ ହାତୀ ପଶି ଆସିଥିଲେ । ଗ୍ରାମବାସୀଙ୍କଠାରୁ ଖବର ପାଇ ତାମଡା ଓ ଜର୍ଡା ରେଞ୍ଜର ବନ କର୍ମଚାରୀମାନଙ୍କ ଦ୍ଵାରା ହାତୀ ଘଉଡ଼ା ଯାଇଥିଲା । ଏବେ ଏହି ହାତୀପଲ ରୁଷିମୋଟ ଜଙ୍ଗଲକୁ ଚାଲିଯାଇଥିବା ଜଣାପଡିଛି ।

ହାତୀମାନେ ସେହି ଅଞ୍ଚଳରେ ହେକ୍ଟର ହେକ୍ଟର ଚାଷ ଜମି ନଷ୍ଟ କରି ଥିବା ଜଣାପଡ଼ିଛି । ଚାଷୀମାନେ କଷ୍ଟ ଅର୍ଜିତ ଫସଲ ଅମଳ କରିବା ସମୟରେ ହାତୀ କରିଥିବା କ୍ଷତି ଚାଷୀଙ୍କୁ ମାନସିକ ଆଘାତ ଦେବା ସହ ସେମାନଙ୍କ ଆର୍ଥିକ ମେରୁଦଣ୍ଡକୁ  ଦୋହଲାଇଦେଇଛି । ତେବେ ଚାଷୀମାନେ ପ୍ରଶାସନ ପକ୍ଷରୁ କ୍ଷତିପୂରଣ ଠିକ୍ ଭାବେ ଦିଆଯାଉ ନଥିବା ଅଭିଯୋଗ କରିଛନ୍ତି । ଲଚ୍ଛଡା, କିଣ୍ଡରୋ, କୁଣ୍ଢେଇଡିହା, ବାଲିଆ, ଅଞ୍ଚଳରେ ହାତୀର ଗତିବିଧି ଜାରି ରହିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର