ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର ଗଉଡ଼ୁଣୀ ପଡା, ରୁଗୁଡା ଅଂଚଳରେ ଗୋଠଛଡା ଦନ୍ତା ହାତୀର ଉତ୍ପାତ ପାଇଁ ରାତି ଅନିଦ୍ରା ହେଲେ ଗ୍ରାମବାସୀ। ହାତୀ ଗାଁକୁ ପଶି ଆସିବାରୁ ପିଲାଛୁଆ ଧରି ଘର ଛାଡ଼ି ଯିଏ ଯୁଆଡେ ପଳାଇ ଥିବା ବେଳେ ହାତୀ ଆସି ରୁଗୁଡା ଗ୍ରାମରେ ୪ରୁ ଟି ଘର ଭାଙ୍ଗି ଘରେ ଥିବା ଧାନ ଚାଉଳ ଖାଇ ନଷ୍ଟ କରି ଥିବା ବେଳେ ଗଉଡ଼ୁଣୀ ପଡାରେ ଦୁଇଟି ଘର ଭାଙ୍ଗି ନଷ୍ଟ କରିଛି।  ଏହାସହିତ ହାତୀ ଫସଲ ନଷ୍ଟ କରିଥିଲା।

Advertisment

ସେହିପରି ସାଧୁବାହାଲ ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରିବାରୁ ସେ ଗୁରୁତର ହୋଇ ରାଉରକେଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ ହୋଇଥିବା ବେଳେ ଦନ୍ତା ହାତୀ ଏବେ ନଦୀ ପାର ହୋଇ ବଣାଇ ରେଞ୍ଜର ଗୋଗୁଆ ଅଂଚଳରେ ଏକ ଜଙ୍ଗଲରେ ଅଛି। କେତେବେଳେ ବଣାଇ ରେଞ୍ଜ ତ କେତେବେଳେ କୁଳିପୋଷ ଅଂଚଳରେ ଉତ୍ପାତ କରୁଥିବା ବେଳେ ଦୀର୍ଘ ଦିନ ହେବ ଦନ୍ତା ଉତ୍ପାତ ଚଳାଇ ଥିବା ବେଳେ କାହିଁକି ଉଚ୍ଚପଦସ୍ଥ ଅଧିକାରୀ ହାତୀକୁ ଟ୍ରାଙ୍କୁଲାଇଜାର କରୁନାହାନ୍ତି। ଏନେଇ ଏବେ ଜନସାଧାରଣ ପ୍ରଶ୍ନ ଉଠିଛି।