ସୁନ୍ଦରଗଡ଼: ଗାଁରେ ପଶିଲା ହାତୀ, ଲୋକେ ଭୟଭୀତ। ହାତୀଟି ଗାଁରେ ଫସଲ ନଷ୍ଟ କରିଛି। ହାତୀ ଘଉଡ଼ାଇବାକୁ ବନବିଭାଗ ନୟାନ୍ତ। ଯେତେ ଘଉଡାଇଲେ ସେତେ ଗାଁ ଭିତରକୁ ପଶୁଛି ହାତୀ।

Advertisment

ସୁନ୍ଦରଗଡ ବଡ଼ଗାଁ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ କୁରେଇବଗା ଗାଁରେ ପଶିଛି ହାତୀ। ଜଙ୍ଗଲି ହାତୀ ବାମରା ଫରେଷ୍ଟ ରେଞ୍ଜରୁ ଆସି ଏହି ଗାଁରେ ତାଣ୍ଡବ ମଚାଇଛି। ଗାଁ ଭିତରକୁ ଏହି ଗୋଟିକିଆ ଦନ୍ତା ପଶି ଫସଲ ନଷ୍ଟ କରିବା ସହିତ, ୨ଟି ଘରକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଛି। ଏହା ସହିତ ଲୋକଙ୍କୁ ଗୋଡ଼ାଉଛି। ହାତୀ ଗାଁ କୁ ପଶି ଆସିବା ପରେ ବନବିଭାଗ ହାତୀ କୁ ଘଉଡ଼ାଇବା ପାଇଁ ଯେତେ ଚେଷ୍ଟା କରିଲେ ମଧ୍ଯ ସେ ଗାଁ କୁ ପଶି କ୍ଷୟକ୍ଷତି କରିବା ଆରମ୍ଭ କରିଛି। ରାତି ତମାମ ବନବିଭାଗ ହାତୀ କୁ ଘଉଡ଼ାଇବା ପାଇଁ ଚେଷ୍ଟା କରିଥିବା ବେଳେ ସକ୍ଷମ ହୋଇପାରିନାହିଁ