ରାଉରକେଲା/କୋଇଡ଼ା: ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ରେଞ୍ଜ ଓରାଘାଟ ପାରମ ସାହିରେ ପଡ଼ିରହିଛି ଦନ୍ତା ହାତୀର ମୃତଦେହ। ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଗୋପନରେ ଶବ ବ୍ୟବଚ୍ଛେଦ ଚଳାଇଛି। ପୂର୍ବରୁ ଏହି ସ୍ଥାନରେ ସନ୍ଦେହଜନକ ଏକ ଦନ୍ତା ହାତୀର ମୃତଦେହ ମିଳିଥିଲା।

Advertisment

ପ୍ରାୟ ବର୍ଷକ ମଧ୍ୟରେ ଚାରି ହାତୀଙ୍କ ଜୀବନ ଯାଇଛି। କୋଇଡ଼ା ରେଞ୍ଜରେ ହାତୀପଲଙ୍କୁ ସୁରକ୍ଷା ଦେବାରେ ବନ ବିଭାଗ ବିଫଳ ହୋଇଛି। ହାତୀ ସୁରକ୍ଷା ପ୍ରତ୍ୟେକ ବର୍ଷ ଖର୍ଚ୍ଚ ହେଉଛି ହେଉଛି କୋଟି କୋଟି ଟଙ୍କା। ହେଲେ ବର୍ଷ ତମାମ ହାତୀ ମଣିଷ ଲଢ଼େଇ ଜାରି ରହିଛି।