ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ୍ ବାଙ୍କୀ ରେଞ୍ଜର ଖେସରାବିଟ୍ ରଙ୍ଗେଇଗୁଢା ଗ୍ରାମ ନିକଟରେ ଦାନ୍ତା ହାତୀର ମୃତଦେହ ଠାବ ହୋଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। କିଛି ଦିନ ଦନ୍ତା ହାତୀ ଅସୁସ୍ଥ ଥିଲା। ହାତୀଟି କୋଇଡ଼ା ରେଞ୍ଜରେ ଘୁରି ବୁଲୁଥିଲା। ଆଜି ସକାଳେ ବାଙ୍କୀ ରେଞ୍ଜରେ ମୃତଦେହ ଠାବ କରାଯାଇଛି।

Advertisment

ବନ ବିଭାଗ ଓ ବନ୍ୟ ପ୍ରାଣୀ ମିଳିତ ପ୍ରୟାସରେ ଦନ୍ତାର ଚିକିତ୍ସା ଚାଲିଥିଲା। ଘଟଣାସ୍ଥଳରେ ବନ ବିଭାଗର ଅଧିକାରୀ ପହଞ୍ଚି ତଦନ୍ତ ଚଳାଇଛନ୍ତି।