ଘାଟି ରାସ୍ତାରେ ଜଙ୍ଗଲୀ ହାତୀ: ରାସ୍ତାରେ ଗାଡ଼ି ଅଟକାଉଛନ୍ତି ଗଜରାଜ

କୋଇଡା: ରାସ୍ତାରେ ଗଜରାଜ। ଗାଡ଼ି ଅଟକାଉଛି, ଖାଦ୍ୟ ଦେଲେ ଖାଇ ଜଙ୍ଗଲ ଭିତରକୁ ପଳାଇ ଯାଉଛି। ଖାଦ୍ୟ ନଦେଲେ ଭଙ୍ଗାରୁଜା କରୁଛି। ସୁନ୍ଦରଗଡ଼ ଜିଲ୍କାର କୋଇଡା ବରସୁଆଁ ରାସ୍ତାରେ ଏପରି ଦୃଶ୍ୟ କିଛି ଦିନ ହେବ ଦେଖିବାକୁ ମିଳୁଛି। ଗତକାଲି ରାଉରକେଲାରୁ ଟେନସା ଆସୁଥିବା ଏକ ଗାଡ଼ିକୁ ଅଟକାଇଥିଲା ହାତୀ। ଗାଡ଼ିକୁ ଭଙ୍ଗାରୁଜା କରିଥିଲା। ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି।

ଗୁରୁତର ଅବସ୍ଥାରେ ଚିକତ୍ସା ପାଇଁ ରାଉରକେଲା ସ୍ଥାନାନ୍ତର କରାଯାଇଛି। ସେହିପରି ଗତକାଲି ମଧ୍ୟ ଟେନସା ବରସୁଆଁ ଘାଟିରେ ଗାଡ଼ି ଚଳାଚଳ ବନ୍ଦ ରହିଥିଲା। ରାତିରେ ମଧ୍ୟ ରାସ୍ତାକୁ ପଳାଇ ଆସିଥିଲା ହାତୀ। ରାସ୍ତାରେ ଯାଉଥିବା ଲୋକେ ହାତୀ ଦେଖିବାକୁ ଭିଡ଼ ଜମାଇଥିଲେ। ପ୍ରାୟ ୨ ଘଣ୍ଟା ଧରି ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିଥିଲା  ।

ସମ୍ବନ୍ଧିତ ଖବର