ସୁନ୍ଦରଗଡ଼ : ଗାଁ ମୁହାଁ ହାତୀ ପଲ, ଶହ ଶହ ଏକର ପାଚିଲା ଧାନ ଖାଇଲେ (ଭିଡିଓ ଦେଖନ୍ତୁ)

କୁତ୍ରା : ସୁନ୍ଦରଗଡ଼ ଜିଲ୍ଲା   କୁତ୍ରା ବ୍ଲକ ବଡଗାଁ ବନିଞ୍ଚଳ ରେ ହାତୀ ଆତଙ୍କ ଥମିବାର ନା ଧରୁନାହିଁ । ପଞ୍ଚରା, କଟଙ୍ଗଝରିଆ, କୁସୁମଡେଗି ପ୍ରଭୃତି ଅଞ୍ଚଳରେ ହାତୀ ଉତପାତ ନିତିଦିନିଆ ଘଟଣାରେ ପରିଣତ ହୋଇ ଗଲାଣି। ଏହି ଅଞ୍ଚଳରେ ଦୀର୍ଘ ୨ ମାସ ହେବ ୨୨ ଟି ହାତୀ ଥିବା ଏହି ଦଳ ସଂଧ୍ୟା ହେଲା କ୍ଷଣି ଜଙ୍ଘଲରୁ ଗାଁ ମୁହାଁ ହେଉଛନ୍ତି ।

 

ଏହି ସବୁ ଅଞ୍ଚଳରେ ଶହ ଶହ ଏକର ପାଚିଲା ଧାନ କ୍ଷେତରେ ପଶି ଫସଲ ଖାଇ ଦଳିମକଚି ନଷ୍ଟ କରୁଛନ୍ତି  । ହାତୀ ପଲଙ୍କୁ ଲୋକେ ସଂଘ ବଦ୍ଧ ହୋଇ ଘଉଡେଇବାକୁ ଚେଷ୍ଟା କରୁଥିଲେ ହେଁ ବିଫଳ ହେଉଛନ୍ତି । ବନବିଭାଗ କର୍ମଚାରୀ ମାନେ ଉକ୍ତ ସ୍ଥାନରେ ଉପସ୍ଥିତ ଥିଲେ ମଧ୍ୟ ହାତୀ ଘଉଡଉ ନଥିବା ସ୍ଥାନୀୟ ଜନସାଧାରଣଙ୍କ ତରଫରୁ ଅଭିଯୋଗ କରିଛନ୍ତି। ବନ ବିଭାଗ କର୍ମଚାରୀ ମେନେ ଆସି କେବଳ ଗାଡି ଭିତରେ ବସିରହୁଛନ୍ତି ବୋଲି ଅଭିଯୋଗ ହେଉଛି। ତେଣୁ ଜନସାଧାରଣଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖା ଦେଇଛି। ଏଥିପ୍ରତି ବନ ବିଭାଗ ଉଚ୍ଚ ଅଧିକାରୀ ଦୃଷ୍ଟି ଦେଇ ହାତୀ ଘଉଡେଇବା ସହ କ୍ଷତି ପୂରଣ ପ୍ରଦାନ ପାଇଁ ଦାବି ହେଉଛି ।

ସମ୍ବନ୍ଧିତ ଖବର