କୋଇଡ଼ା: ଗତକାଲି କୋଇଡ଼ା ଥାନା ଅନ୍ତର୍ଗତ ଡେଙ୍ଗୁଳା ଗ୍ରାମର ସୀତା ମୁଣ୍ଡା ( ୩୬)ଙ୍କର ପରିବାର ଶୋଇଥିବା ବେଳେ ଘରକୁ ଗୋଟିଏ ଦନ୍ତା ହାତୀ ମଧ୍ୟରାତ୍ରିରେ ଆସି ସମ୍ପୂର୍ଣ୍ଣ ଭାଙ୍ଗି ଦେଇଥିଲା। ଜୀବନ ବିକଳରେ ଘଟଣାସ୍ଥଳରୁ ସମସ୍ତେ ଖସିବାକୁ ପ୍ରୟାସ କରିଥିଲେ କିନ୍ତୁ ସୀତାଙ୍କୁ ହାତୀଟି ଦଳି ଚକଟି ମାରି ଦେଇଥିଲା।

Advertisment

ଖବର ପାଇ ଆଜି ସକାଳେ କୋଇଡ଼ା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ଏହି ଅଞ୍ଚଳରେ ବନ ବିଭାଗ ସଠିକ୍ କାର୍ଯ୍ୟ ନ କରୁଥିବା ନେଇ ଉତ୍ତେଜନା ଲାଗି ରହିଛି। ସେମାନଙ୍କ ଅଭିଯୋଗ ଯେ ଏଠାରେ ହାତୀ ଉପଦ୍ରବ ବଢ଼ିଚାଲିଛି, ହେଲେ ବନ ବିଭାଗ ବେପରୁଆ ଢଙ୍ଗରେ କାମ କରୁଛି। ପୁଲିସ୍ ପରିବାରବୃନ୍ଦ ଓ ଗ୍ରାମବାସୀଙ୍କୁ ବୁଝାଇବା ନେଇ ପ୍ରୟାସ ଜାରି ରଖିଥିବାର ଖବର ମିଳିଛି।