ଯୁବକଙ୍କୁ କଚାଡ଼ି ମାରିଲା ହାତୀ

ସୁନ୍ଦରଗଡ଼/ବାଲିଶଙ୍କରା: ଆଜି ଭୋର ୫ଟାରେ ସୁନ୍ଦରଗଡ଼ ବନଖଣ୍ଡ ଉଜ୍ଵଳପୁର ବନାଞ୍ଚଳ କିଞ୍ଜିରକେଲା ସେକ୍ସନରେ ଏକ ଦନ୍ତା ହାତୀ ଜଣେ ଯୁବକଙ୍କୁ କଚାଡ଼ି ମାରିଛି। ମୃତ ଯବକ ହେଲେ କାଁକେରଯୁରାର ସନାତନ ନାଏକ (୨୫)। ଯୁଵକ ଜଣକ ନିଜ ଗାଁରୁ କୌଣସି କାମରେ ପାଖ ଗାଁ ରାଏଡିହିକୁ ଯାଉଥିଲେ। ବାଟରେ ଏକ ହାତୀପଲ ହାବୁଡରେ ପଡି ଯାଇଥିଲେ। ହାତୀ ପଲ ମଧ୍ୟରୁ ଏକ ଦନ୍ତା ଯୁଵକଙ୍କୁ କଚାଡ଼ି ମାରି ଦେଇଥିଲା।

ଖବର ପାଇ କିଞ୍ଜିରକେଲା ପୁଲିସ ଓ ଵନ ଵିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ବ୍ୟଵସ୍ଥା କରୁଛନ୍ତି। ସୂଚନାଯୋଗ୍ୟ ଅକ୍ଟୋବର ୨୧ ତାରିଖରେ ରାଉଲଡେଗା ସେକ୍ସନରେ ଏକ ଦନ୍ତା ଜଣେ ଯୁବକଙ୍କ ପ୍ରାଣ ନେଇଥିଲା। ଦିନକୁ ଦିନ ଅଞ୍ଚଳରେ ଗାଁ ମୁହାଁ ହାତୀଙ୍କ ପ୍ରାଦୁର୍ଭାଵ ବଢି ଅନେକ ଧନଜୀଵନ ହାନିର କାରଣ ହୋଇଥିଲେ ବି ଵନଵିଭାଗ ହାତୀଙ୍କୁ ଘଉଡାଇବାରେ ଵିଫଳ ହୋଇଛି।

ସମ୍ବନ୍ଧିତ ଖବର