ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଅଞ୍ଚଳରେ ହାତୀ ଆକ୍ରମଣରେ ଜଣଙ୍କର ପ୍ରାଣହାନି ଘଟିଛି। ରାଜଗାଙ୍ଗପୁର ଫରେଷ୍ଟ ରେଞ୍ଜ ପାନପୋଷ ପଞ୍ଚାୟତ କଦମବାହାଲ ଗାଁରେ ହାତୀ ଆକ୍ରମଣରେ ପ୍ରାଣ ହରାଇଥିବା ମୃତକ ହେଲେ ଚାରୁଆ ଏକ୍କା। ହାତୀ ଗାଁ ଭିତରକୁ ପଶି ଆସିଥିବା ଶୁଣି ଘରୁ ବାହାରିଲା ବେଳେ ଚାରୁଆ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀ ଶୁଣ୍ଢରେ କଚାଡ଼ି ତାଙ୍କୁ ମାରିଦେଇଥିଲା।
ରାଜଗାଙ୍ଗପୁର ଅଞ୍ଚଳରେ ଚାଞ୍ଚଲ୍ୟ: ଶୁଣ୍ଢରେ କଚାଡ଼ି ମାରିଲା ହାତୀ
/sambad/media/post_attachments/wp-content/uploads/2023/06/elephant-narasinghpur-603x430-4.jpg)