କୋଇଡ଼ାରେ ହାତୀ ମଣିଷ ଲଢେଇ ଜାରି: ପୁଣି ଜଣକୁ ଦଳି ଦେଲା ଦନ୍ତା

ରାଉରକେଲା: କୋଇଡ଼ା ବନାଞ୍ଚଳ କାଲଟା ଫାଣ୍ଡି ଅଧୀନସ୍ଥ ଝିରପାଣି ବସ୍ତିରେ ଅଘଟଣ। ଶୌଚ ହେଉଥିବା ବେଳେ ଦଳିଦେଲା ଦନ୍ତା ହାତୀ। ମୃତକ ହେଲେ ପଚାଶ ବର୍ଷୀୟ ସାମୁଏଲ ମୁଣ୍ଡା। ଆଜି ଭୋର ସମୟରେ ଘଟିଛି ଅଘଟଣ।

ସୁଚନା ଅନୁଯାୟୀ ଘଟଣା ସ୍ଥଳରୁ ଝାଡଖଣ୍ଡ ମାତ୍ର ୧ କିଲୋମିଟର। ସାମୁଏଲ ମୁଣ୍ଡା। ନିକଟସ୍ଥ ଏକ ନାଳକୁ ଶୌଚ ପାଇଁ ଯାଇଥିବା ବେଳେ ଏକ ଦନ୍ତା ଝାଡ଼ଖଣ୍ଡ ଅଞ୍ଚଳରୁ ଆସି ଦଳି ଦେଇଥିଲା । ଖବର ପାଇ ରାତିରେ ପାଟ୍ରୋଲିଂ କରୁଥିବା ବନ ବିଭାଗ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି ଓ ଶବକୁ ବ୍ୟବଛେଦ ନିମନ୍ତେ କୋଇଡ଼ା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ପଠାଇଛନ୍ତି

ସମ୍ବନ୍ଧିତ ଖବର