ସୁନ୍ଦରଗଡ଼: ସୁନ୍ଦରଗଡ଼ ସଦର ଫରେଷ୍ଟ ରେଞ୍ଜର ଟାଙ୍ଗରଗାଁରେ ଏକ ହାତୀ ଆତଙ୍କ ଚଳାଇଛି। ହାତୀ ଆକ୍ରମଣରେ ଜଣେ ବୃଦ୍ଧ ମୃତ ଓ ମହିଳା ଗୁରୁତର ହୋଇଛନ୍ତି।
ସୂଚନା ଅନୁଯାୟୀ, ବୃଦ୍ଧଜଣକ ଶୋଇଥିବା ବେଳେ ହାତୀ ଘରକୁ ଭାଙ୍ଗି ଦେଇଥିଲା। ଭୟରେ ବୃଦ୍ଧ ଦୌଡ଼ି ଘରୁ ବାହାରିଲା ବେଳକୁ ହାତୀ ହାବୁଡରେ ପଡ଼ି ଯାଇଥିଲେ। ହାତୀ ତାଙ୍କୁ କଚାଡ଼ି ମାରି ଦେଇଥିଲା। ସେଭଳି ଜଣେ ମହିଳା ସକାଳୁ ଶୌଚ ପାଇଁ ବାହାରକୁ ବାହାରିଥିବା ବେଳେ ଶୁଣ୍ଢରେ ଟାଣି ଫୋଫାଡ଼ି ଦେଇଥିଲା ହାତୀ। ବୃଦ୍ଧ ଜଣକ ଆଲାର କୁଲ୍ଲୁ ଏବଂ ମହିଳା ସାଲମି ଗିଦ୍ଧି ବୋଲି ଜଣାପଡିଛି।