ସୁନ୍ଦରଗଡ଼: ମାତିଛି ହାତୀ, ନେଉଛି ଜୀବନ। ରବିବାର ଭୋରରୁ ସଦର ବନାଞ୍ଚଳରେ ଟାଙ୍ଗରର୍ଗାଁରେ ଆଲାର କୁଲ୍ଲୁଙ୍କୁ କଚାଡି ମାରି ଦେଇଥିଲା। ଗତକାଲି ବିଳମ୍ବିତ ରାତିରେ ବଡ଼ଗାଁ ବନାଞ୍ଚଳ ଟିମନା ଗାଁରେ ପୁଣି ଜଣଙ୍କର ଜୀବନ ନେଇଛି ହାତୀ। ଘରେ ଶୋଇଥିବାବେଳେ ଗାଁର ବିପିନ ଟପ୍ପୋଙ୍କ ଘର ଭାଙ୍ଗି ତାଙ୍କୁ ଆକ୍ରମଣ କରିଥିଲା। ଲୋକେ ବିପିନଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ। ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

Advertisment

ଗୋଟିଏ ହାତୀ ଏସବୁ ଅଞ୍ଚଳରେ ବୁଲି ଆତଙ୍କ ଚଲାଇଥିବା ଆଶଙ୍କା କରାଯାଉଛି। ବନ ବିଭାଗ ତୁରନ୍ତ ହାତୀକୁ ଘଉଡାଇବା ବ୍ୟବସ୍ଥା କରିବାକୁ ଦାବି ହେଉଛି।