ମହିଳାଙ୍କୁ କଚାଡ଼ି ମାରିଦେଲା ହାତୀ

ସୁନ୍ଦରଗଡ଼: ଆଜି ସକାଳ ସାଢେ ୫ଟାରେ ରାଜଗାଙ୍ଗପୁର ବନଖଣ୍ଡ ମାଳିଡିହି ପଂଚାୟତର ଡୁଡ଼ି ଗ୍ରାମ ଟୁଙ୍ଗୁରି ଟୋଲିରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ଶୋଚନୀୟ ମୃତ୍ୟୁ ହୋଇଯାଇଛି। ମୃତା ହେଲେ ଯସ୍ମିନା ମିଞ୍ଜ (୩୨)। ମହିଳାଜଣକ ସକାଳୁ ଘର ବାଡିପଟେ ଶୌଚ ପାଇଁ ଯାଇଥିବାବେଳେ ହାତୀ ଅଚାନକ ଆସି ଶୁଣ୍ଢରେ ଉଠାଇ କଚାଡ଼ି ମାରି ଦେଇଥିଲା। କିଛି ସମୟ ସେଠାରେ ପଇଁତରା ମାରିବା ପରେ ଚାଲି ଯାଇଥିଲା। ବନ ବିଭାଗ ଖବର ପାଇଁ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛି।
ପ୍ରକାଶଯୋଗ୍ୟ ଯେ ଦୀର୍ଘ ଦିନ ହେବ ଏକ ଗୋଠଛଡା ହାତୀ ରାଜଗାଙ୍ଗପୁର କୁତ୍ରା ,ବାମଣ୍ଡା ଅଞ୍ଚଳରେ ଆତଙ୍କ ଖେଳାଇ ଚାଲିଛି। ହାତୀ ଆକ୍ରମଣରେ ଅନେକ ଜୀବନ ଓ ଧନହାନି ହେଉଥିବା ଲୋକେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର