କୋଇଡ଼ା: ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଖଣି ଅଞ୍ଚଳରେ ନରହନ୍ତା ଦନ୍ତା ହାତୀର ପ୍ରକୋପ ଜାରି ରହିଛି। ଏମିତିକି ଆଜି ପୁଣି ନେଲା ଆଉ ଏକ ଜୀବନ। କୋଇଡ଼ା ଥାନା ଅଧୀନସ୍ଥ ପାଟମୁଣ୍ଡା ପଞ୍ଚାୟତ କଦମଡିହି ନାଳିଆଡିହି ଗ୍ରାମକୁ ଗତକାଲି ବିଳମ୍ବିତ ସନ୍ଧ୍ୟାରେ କୋଇଡ଼ା ସାପ୍ତାହିକ ବଜାର ସାରି ଗ୍ରାମର ସୁନାରାମ ମୁଣ୍ଡା ( ୫୨) ଓ ସ୍ତ୍ରୀ ସୁମିତ୍ରା ମୁଣ୍ଡା (୫୦) ଫେରୁଥିବା ବେଳକୁ ଗ୍ରାମ ନିକଟରେ ମୃତ୍ୟୁ ରୁପରେ ମକା ବାଡ଼ିରେ ଜଗି ରହିଥିଲା ନରହନ୍ତା ଦନ୍ତା। ବାଡ଼ି ନିକଟରେ ପହଞ୍ଚିଲା ବେଳକୁ ଦନ୍ତା ଦୁହିଁଙ୍କୁ ଗୋଡ଼ାଇ ଥିଲା। ହେଲେ ସ୍ୱାମୀଙ୍କ ସାମ୍ନାରେ ସ୍ତ୍ରୀ ସୁମିତ୍ରାଙ୍କୁ ଦଳିଚକଟି  ଘୋଷାଡ଼ି ନେଇ ମାରିଥିଲା ଦନ୍ତା ହାତୀ।

Advertisment

publive-image

ଉପାନ୍ତ ଅଞ୍ଚଳ ହୋଇ ଥିବାରୁ କୋଇଡ଼ା ବନ ବିଭାଗ ଓ ଥାନା ଖବର ପାଇ ଆଜି ସକାଳୁ ଯାଇ ଲୋକଙ୍କୁ ବୁଝାସୁଝା କରି ଶବକୁ ଜବତ କରି କୋଇଡ଼ା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଠାରେ ବ୍ୟବଚ୍ଛେଦ ନିମନ୍ତେ ଆଣିଥିଲେ। ହେଲେ ଗତ ମାସକ ମଧ୍ୟରେ ଦନ୍ତାଟି ତିନି ଜଣଙ୍କ ପ୍ରାଣ ନେଇଥିବା ବେଳେ, ବହୁ ଆହତ ମଧ୍ୟ ହେଉଛନ୍ତି। କିନ୍ତୁ ଏଯାଏବି ବନ ବିଭାଗ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବାରୁ ଲୋକେ ଉତ୍ତେଜିତ ହୋଇ ରହିଛନ୍ତି।