ସୁନ୍ଦରଗଡ଼: ସୁନ୍ଦରଗଡ଼ ସଦର ବନାଞ୍ଚଳ ସେବତୀବାହାଲରେ ବୁଲୁଛି ଗୋଠଛଡ଼ା ଦନ୍ତା। ଆଜି ପୂର୍ବାହ୍ନ ୧୦ଟାରେ ରାସ୍ତା ଉପରେ ହାତୀ ବୁଲୁଥିବା ଦେଖି ଲୋକେ ଭୟଭୀତ ହୋଇପଡିଛନ୍ତି। ଖବର ପାଇ ବନବିଭାଗର ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ୟମ କରୁଛି। ହାତୀ ଏବେ ଜଙ୍ଗଲ ଛାଡ଼ି ସହରମୁହାଁ ହେଉଥିବା ଦେଖିବାକୁ ମିଳିଛି। କିଛିଦିନ ତଳେ ସୁନ୍ଦରଗଡ଼ ସହର ନିକଟ ଭୋଜପୁର ରାଜ୍ୟ ରାଜପଥ ୧୦ରେ ୨ଟି ଦନ୍ତାଙ୍କୁ ଦେଖିବାକୁ ମିଳିଥିଲା। ସେହିପରି ୨ ଦିନ ତଳେ ବୀରମିତ୍ରପୁର ସହର ଭିତରକୁ ପଶିଥିଲା ଦନ୍ତା।